କବିତା · ସେପ୍ଟେମ୍ବର ୮, ୨୦୨୧ · ୨ ମିନିଟ୍ ପଢ଼ା
ତୁମେ ....୧୦
ତୁମେ !
ଏ ମଉଳା ମନରେ ତୁମେ
ସୁନ୍ଦର ଗୋଲାପ ଟିଏ
ମନ ଉପବନରେ.
ତୋଳିବାର ଅଦମ୍ୟ ଇଛାଶକ୍ତି
ଆଗରେ ମୁଁ ହାରିଥାଏ ଥରକୁ ଥର
ଅନିଛା ସତ୍ତ୍ୱେ ଛୁଇଁ ଦିଏ
ପାଏ ପଛେ କଣ୍ଟାର ଆଘାତ..
ଝରିଯାଏ ଲହୁ କ୍ଷତାକ୍ତ ହେଉ
ପଛେ ହାତ....।
ତୁମେ!
ତୁମେ ଏ ସ୍ବପ୍ନିଳ ଆଖିରେ
ରଙ୍ଗର ମଧୁଶାଳାରେ
ରଙ୍ଗ ର ପିଆଲା..
ମହୁଲି ନିଶାରେ ପିପାସା ଜାଗେ
ଇଛା କରେ ପିଇବାକୁ..
ନିଶାରେ ଟଳମଳ ପାଦ ତଥାପି
ଛୁଇଁ ବାକୁ ଧାଇଁ ଯାଏ ପିଆଲାକୁ।
ତୁମେ!
ତୁମେ ଶାରଦୀୟ ଆକାଶର
ତୋଫା ପୂନେଇ ଚାନ୍ଦଟିଏ
ମୁଁ କଇଁଟିଏ ଭିଜିବାକୁ
ଭାରି ଭଲଲାଗେ
ସେଇ ଜ୍ୟୋସ୍ନା ଵିଧୈ।ତ ରଜନୀରେ..
ପ୍ରେମ ସଫଳ ହେଉ କି ନ ହେଉ
ମୁଁ କିନ୍ତୁ ମନ ଇଛା ଭିଜୁଥାଏ
ସାରା ରାତି ଆନନ୍ଦ ରେ...।
ତୁମେ..!
ମନର ଅଫହଞ୍ଚ ଇଲାକା, ଯେଉଁଠିକୁ
ଯିବାକୁ ମୁଁ ଅନବରତ ଚେଷ୍ଟିତ....
ହେଲେ ଯାଇ ପାରେନି କାହିଁକି
ଛୁଇଁ ପାରେନି..
ଭୟଲାଗେ ସେ ଦୁର୍ଭେଦ୍ୟ ଇଲାକାରେ
ପାଦ ଦେବାକୁ...
ତଥାପି ହାତ ବଢ଼ାଇ ଦିଏ ସ୍ୱପ୍ନ ରେ
ତୁମକୁ ଛୁଇଁ ବାକୁ..।
ତୁମେ...!
ତୁମେ କଳ୍ପନାରେ ନାୟକ ଟିଏ
ଆସ ନିତି ନିରୋଳା ରେ
ମୋ ମନକୁ ନିଜର କରି ନିଅ
ମିଠା ମିଠା କଥାରେ...
ଫିକା ଏଇ ମନରେ ଵୁଣିଦିଅ
ପ୍ରେମର ଅବିର..
ଆଙ୍କି ଦିଅ ରଙ୍ଗିନ୍ ଇନ୍ଦ୍ର ଧନୁ ଟିଏ
ମୋ ମନ ଆକାଶ ରେ...
ଅଦିନ ମେଘ ପରି ଭିଜାଇ ଦିଅ
ଟିପଟିପ୍ ବର୍ଷା ରେ....।
ମୁଁ ...!
ମୁଁ ବି ନା ଚଗଲି ଫଗୁଣ ପରି
କିଛି ଵୁଝେନି ରଙ୍ଗ ର ବର୍ଷା ରେ
ମସଗୁଲ ହୋଇଯାଏ.. ସ୍ୱର୍ଣ୍
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ