କବିତା · ମଇ ୨୭, ୨୦୨୧ · ୨ ମିନିଟ୍ ପଢ଼ା
ତୁମେ ...୮
ତୁମେ ନୀଳ ନୀଳ ଆକାଶ ରେ
ଭଷା ଭାଷା ବାଦଲ...
ମୁଁ ପାହାଡି ଝରଣା ଟିଏ
ତୁମେ ବରଷି ଗଲେ ଦୂର ଆକାଶ ରୁ
ମୁଁ କୁଳୁକୁଳୁ ହୋଇ ବୋହି ଯାଏ..।
ତୁମେ ଆଷାଢ଼ ର ପହିଲି ଛୁଆଁ
ମୁଁ ଭିଜା ମାଟିର ମହମହ ବାସ୍ନା..
ତୁମେ ବରଷି ଗଲେ ମୁଁ ପ୍ରୀତିରେ
ଭିଜିଯାଏ ସିନା....।
ତୁମେ ବିନ୍ଦୁ ବିନ୍ଦୁ ବର୍ଷାର ଟୋପା
ମୁଁ ଚାତକ ଆଖିର ଆତୁରତା
ତୁମ ସ୍ପର୍ଶ ରେ ମେଣ୍ଟିଯାଏ ମୋର
ଏ ଅପେକ୍ଷା ର ତୃଷ୍ଣା।
ତୁମେ ପ୍ରିତିର ସାଗର ଟିଏ
ମୁଁ ନୀଳ ଲହରୀ ମାଳା
ତୁମ ସ୍ପର୍ଶ ରେ ନାଚି ନାଚି ଯାଏ
ହୋଇ ଆନମନା.....
ତୁମେ ଭ୍ରମର ଅଧର ର ଶୋଷ
ମୁଁ ମହୁଲି ଫୁଲ ର ବାସ....
ତୁମ ଦଂଶନ ଭରେ ସୀହରଣ
ସାର୍ଥକ ଫୁଲ ର ରୂପ ସମ୍ଭାର.....।
ତୁମେ ସାଗରର ଶୋଷ.....
ମୋର ନଦୀର ଭୋକ....
ଧାଇଁ ଯାଏ କଣ୍ଟକିତ ପଥରେ
ଲୁଣି ଜଳରେ ଲୀନ ହୋଇ
ସାଗର ର ଆତ୍ମ ତୃପ୍ତି ପାଇଁ...।
ତୁମେ ମରିଚିକା ମରୁଭୂମି ର
ମୁଁ ବାଉଳା ପଥିକ...
ମୁଁ ଧାଉଁ ଥାଏ ଯେତେ ଦୂର
ତୁମେ ଚାଲୁଥାଅ ସେତେ ଆଗ ଆଗ...
ଛୁଇଁ ବା ମୋର ନିଶା...........।
ମୁଁ ପ୍ରେମର ଭିଜା ଭିଜା କଇଁ ଟିଏ
ତୁମେ ଚାହିଁ ଦେଲେ ଥରେ ବାଦଲ
ଆଢ଼ୁଆଳରେ.....
ମୁଁ ଆହୁରି ଭିଜି ଯାଏ...।
ଆଃ ମିଠା ମିଠା ତୁମ ଚାନ୍ଦିନୀ ଛୁଆଁ
ଦେହରେ ଲାଗେ ପିରତି ନିଆଁ
ମତୁଆଲି କୁମୁଦ ଟିଏ..
ଦୂରେଇ ରହି ବି ଖାଲି ଭିଜିଵାକୁ
ଭଲ ପାଏ...।
ତୁମେ ମୋ ସପନର ସୈ।ଦାଗର
ମୁଁ ପିରତି ହାଟରେ ଫୁଲର ପସରା
ଗୋଲାପ ର...
ଗୋଟିଏ ରାତିରେ ସବୁ କିଣି ନିଅ
ପ୍ରେମର ପ୍ରତୀକ କରି ହୃଦୟରେ
ସାଇତି ଦିଅ🌹..... ସ୍ୱର୍ଣ୍ଣ
.
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ