କବିତା · ଅକ୍ଟୋବର ୧୩, ୨୦୨୦ · ୧ ମିନିଟ୍ ପଢ଼ା
ସ୍ମୃତି ୪୭
ସ୍ମୃତି ତୁମେ..
ଅଲେଖା ଡାଇରିଟିଏ
ହୃଦୟ ରେ ଥାଏ ଯିଏ..
ସ୍ମୃତି ତୁମେ. ...
ଅଲିଭା ଗାର ଟିଏ
ମନ କାନ୍ ଭାସ୍ ରେ ଅଙ୍କା ଯିଏ
ସ୍ମୁତି ତୁମେ...
ହସ ଲୁହ ସ୍ନେହ ମମତାର
କାହାଣୀଟିଏ
ଯେଉଁ ଦିନରେ ମୁଁ ନାୟିକା ଟିଏ
ସ୍ମୃତି ତୁମେ..!
ଅଭୂଲା ଅତିତଟିଏ...
କ୍ଷତଵିକ୍ଷତ କରେ ହୃଦୟ କୁ ଯିଏ
ସ୍ମୁତି ତୁମେ..!
ଛାତି ତଳର ଅନୁଭବ ଟିଏ
ଦେଖାଇ ହୁଏନା ଖାଲି ସ୍ପନ୍ଦନ ଦିଏ
ସ୍ମୃତି ତୁମେ..!
ଯିଏ ଜକଜକ ହୋଇ ଦିଶେ ହୃଦୟ ରେ
ହେଲେ ଦେଖାଇ ହୋଇନଥାଏ
କାହା ଆଗେ।
ସ୍ମୃତି ତୁମେ..!
ଵେପଥୁ ହୃଦୟ ର କୋହ ଟିଏ
ଚାପି ଚାପି କଷ୍ଟ ଦିଏ ଯିଏ...
ସ୍ମୃତି ତୁମେ !
ଅଵୁଝା ହୃଦୟ ର କିଛି କଥା
ଦରଦୀ ହୃଦୟ ର ବ୍ୟଥା
ତୁମେ ମନ ଗହ୍ୱର ରେ ଏକ ଚିହ୍ନା ଛବି
ନିରୋଳା ସମୟ ଅଟେ ଭାଵି ଭାବି।
ସ୍ୱର୍ଣ୍ଣ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ