କବିତା · ଅକ୍ଟୋବର ୧୩, ୨୦୨୦ · ୧ ମିନିଟ୍ ପଢ଼ା
ସ୍ମୃତି . ୪୮
ମନ ଅଗଣାରେ...
ସ୍ମୃତି ର ବର୍ଷା ପଡେ
ଝିପ୍ ଝିପ୍...
ସ୍ମୃତି ରେ ମୁଁ ଗଲି ଭିଜି
ତୁମ ସାଥେ ଗଲି ହଜି
ଜାଣି ପାରେନା ଆଉ କିଛି
ସମୟ ଏବେ କେଉଁ ଟି ଅଛି
ମୁଁ ଏବେ ସ୍ମୃତି ତୀରେ
ସେଇ କାଶତଣ୍ଡି ଧାରେ ଧାରେ
ବାଉଳ ପବନ ସାଥେ..
ଖୋଜେ ମନ ଜଣେ..
ତୁମେ ସେ ସ୍ମୃତି ର ନାୟକ
ଆସି ଧରା ଦିଅ ଥରେ
ମନ ହେଲେ ତୁମ ପାଶେ
ଏଇ ନିଛାଟିଆ ସମୟରେ
ଆଖି ଖୋଜେ ତୁମ ଛବି
ହୃଦୟ ଖୋଜେ ମନର ମଣିଷ
କାହିଁ ଆଜି ମନ ଅମାନିଆ
ଜମା ବୋଲ ମାନେନା
ଚଗଲା ଫଗୁଣ ସତେ
ଟାଣି ନେଉଛି ତୁମ ପାଶେ..
ଗୋଧୂଳିର ଏଇ ସଞ୍ଜ ସଞ୍ଜ ଵେଳ
ଝାପସା ଆଲୁଅ ଅନ୍ଧାର ର
ଛାଇ ଖେଳ..
ତୁମେ ଭାରି ମନେ ପଡ
ସ୍ମୃତି ତୀରେ ଏଇ ସନ୍ଧ୍ୟା ରେ
ନୀରବତାର ମୂର୍ଚ୍ଛନା ତୋଳେ
ମନ ର ବୀଣା ଦରଦୀ ପ୍ରାଣେ..
ସ୍ୱର୍ଣ୍ଣ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ