କବିତା · ଅକ୍ଟୋବର ୧୬, ୨୦୨୨ · ୧ ମିନିଟ୍ ପଢ଼ା
ସ୍ମୃତି ୪୯..
ଜମା ଭଲ ଲାଗେନା ଏ ମେଘୁଆ ଆକାଶ
ଏ ମୁହଁ ସଞ୍ଜ ବେଳ..
କାହିଁକି କେଜାଣି କିଛି କଥା ଦିଏ ହୃଦୟେ
ମୃଦୁ କମ୍ପନ....
ଅତିତ ସେ ତ ହଜିଯାଏ କେବେଠୁ କେଉଁଠି
ସମୟର ସ୍ରୋତ ରେ..
କିଛି କିଛି କଥା ସିନା ରହିଯାଏ ଅଲିଭା ହୋଇ
ଏ ଛାତି ତଳରେ ...
ମନ ଆକାଶ ରେ ଅଦିନିଆ ଚାନ୍ଦ ବେଳେ ବେଳେ
ଉଇଁ ଥାଏ..
ସ୍ମୃତି ଫୁଲ ହୋଇ କେବେ କେବେ ଫୁଟିଥାଏ
ମହମହ ବାସେ ଅତିତ ଟା କାହିଁକି କେଜାଣି
ଭୂଲି ବାକୁ ଚାହିଁଲେ ସିଏ ବେଶି ମନେ ପଡେ ପୁଣି
ହଜିଗଲା ବଢ଼ି ପାଣିରେ କିଛି ତ ସାଇତା ସମ୍ପର୍କ
ହଜିଲାଣି ତ ଖୋଜି କି ଲାଭ ଆଉ..
ଦୁଃଖ ତ ଏତିକି ଲାଗେ ଵେଳେ ବେଳେ ଆସି ସ୍ମୃତି
ଦେଖା ଦିଏ..
ନିରୋଳା ସମୟରେ ମନକୁ ଭାରି ଭାରି କରି ଦିଏ
ଭାରି ଅବୁଝା ପରା ଏ ମନର ସେଇ ଗଣିତ ପଠ ଟା
ବୁଝିହୁଏ ନା କରେ ବେଳେ ବେଳେ ଭାରି ହଟହଟା
ସ୍ମୃତି ର ସେ ବହଳ ଶେଯରେ ମନ କୁ ଶୁଆଇ ଦିଏ
କେତେ ବେଳେ କେମିତି ଅତିତ କୁ ଫେରାଇ ନିଏ.. ସ୍ୱର୍ଣ୍ଣ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ