କବିତା · ଅକ୍ଟୋବର ୧୩, ୨୦୨୦ · ୨ ମିନିଟ୍ ପଢ଼ା
ସ୍ମୃତି...୫୨
ସ୍ମୁତି ତୁମେ ଆସିଗଲ
ଏଇ ବର୍ଷା ଛିଟାରେ...
ସେ ବର୍ଷା ଏ ବର୍ଷା
କେତେ ତଫାତ ଏ ଜୀବନେ....
ଆଜି ଲାଗେ ଭାରି ଉଦାସ
ଏ ବର୍ଷା ରାତିରେ....
ମନେ ପଡେ କେତେ କଥା
ସ୍ମୃତି ତାଲିକାରେ ..
ଉଦାସ ମନରେ ତୋଳେ
ବିରହ ରାଗିଣୀ..
ସ୍ମୃତି ତୁମେ ଆସିଗଲ ପୁଣି...
ହଜିଲା ଅତିତ ମନେ ପଡିଯାଏ
ହଜିଲା ସ୍ମୃତି ପୁଣି ଫେରିଆସେ...
ଚୁଲ୍ ବୁଲ୍ ମନେ ସେ ବର୍ଷା
ଇନ୍ଦ୍ର ଧନୁ ମନେ ଆଙ୍କୁଥିଲା..
ସପ୍ତ ରଙ୍ଗେ ଦେହ କୁ ଭିଜାଇଥିଲା
ବିନା ଛତାରେ ଚାଲିବାକୁ
ଭାରି ଭଲ ଲାଗୁଥିଲା
ଲାଜୁଆ ଦେହରେ ବର୍ଷା ପଡ଼ି
ଭିଜାଉଥିଲା....
ଭିଜା ଭିଜା ଦେହେ କେତେ
ସିହରଣ ଆସୁଥିଲା
ବର୍ଷା ରେ ଭିଜିଗଲେ ଭାରି
ମଜା ଲାଗୁଥିଲା...
ମୁଁହଁ ସଞ୍ଜ ବେଳେ ଝିପି ଝିପି ବର୍ଷା ରେ
ଫେରୁଥିଲି ଘରକୁ
ଚୁପି ଚୁପି ନିରବତା କେତେ କଥା
କହୁଥିଲା ସାଥୀ କୁ....
ବର୍ଷା ଛିଟାରେ ମନେ ଦାଗ ଲାଗିଥିଲା
ଯେଉଁ ଦାଗ ଆଜି ସ୍ମୃତି ହୋଇ ଆସିଥିଲା...
ଚଗଲି ମନ ଭିଜା ଶ୍ରାଵଣରେ
ଛମ୍ ଛମ ନାଚୁଥିଲା.........
କେତେ କେତେ ମିଠା ସପନରେ
ବର୍ଷା ରାତି ଭିଜୁଥିଲା..........
ଓଦା ଓଦା ମନେ ଶ୍ରାଵଣ ହସୁଥିଲା
ମୋ ଆଖିରେ ତୁମ ଓଦା ଛବି ଦିଶୁଥିଲା...
ଆଜି ବର୍ଷା ନାହିଁ ସେଇ ବର୍ଷା ପରି
ତଥାପି ଭିଜୁଛି ମୁଁ ସ୍ମୃତି ରେ ସେ ଦିନ ପରି
ତୁମେ ଦେଲନି ସ୍ମୃତି ଦେଲା ମିଠା ଛୁଆଁ
ଆଜି ଏ ବର୍ଷା ଜାଳେ ଦେହେ ବିରହର ନିଆଁ.. ସ୍ୱର୍ଣ୍ଣ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ