କବିତା · ମଇ ୨୪, ୨୦୨୦ · ୧ ମିନିଟ୍ ପଢ଼ା
ସ୍ମୃତି...୧୨
ତୁମେ ମୋ ମା'ର ପଣତ କାନି
ସ୍ମୃତି ତୁମେ ଅତିତର ଠୁକୁଠୁକୁ
ମା ହାତ ଧରା ଚାଲି..
ସ୍ମୃତି ତୁମେ ମୋର ଅଳି ଅଝଟିଆ ଗୁଣ
ସ୍ମୃତି ତୁମେ ମୋ ମା'ର ମିଠା ଗେଲ
ସ୍ମୁତି ତୁମେ ମୋ ମା ର କଅଁଳ ଡାକ
ସ୍ମୃତି ତୁମେ ମୋ ମା'ର ଆଉଁସା ହାତ
ସ୍ମୁତି ତୁମେ ମୋ ପିଲା ଦିନର କଥାଟିଏ
ଯିଏ ଆଜି ଭାରି ମନେ ପଡିଯାଏ
ସ୍ମୁତି ତୁମେ ଭିଜା ଭିଜା ଅତିତଟିଏ
ଯିଏ ଆଜି ଲୁହରେ ଭିଜେଇ ଦିଏ
ସ୍ମୃତି ତୁମେ ମୋ ମା'ର ଵନ୍ଧନ ଟିଏ
ସ୍ମୁତି ତୁମେ ମମତାର ରଜ୍ଜୁ ଟିଏ
ସ୍ମୃତି ତୁମେ ଅଛିଣ୍ଡା ମମତାର ଡୋରି
ସ୍ମୃତି ଆଜି ମୁଁ ଖୋଜୁଛି ବିକଳେ ଭାରି
ସ୍ମୃତି ତୁମକୁ କେମିତି ଭୂଲି ଯିବି ମୁଁ
ତୁମେ ପରା ଆସ ମୋ ଭାତ ଥାଳିରେ
ସ୍ମୁତି ତୁମେ ଆସ ମୋ ଶୋଇବା ବେଳରେ
ସ୍ମୃତି ତୁମେ ମୋ ମାର ହସ ହସ ମୁହଁ
ସ୍ନେହ ଵୋଳା ମମତା ର ଲୁହ
ସ୍ମୃତି ତୁମେ ମୋ ବିଦା ହେବା ବେଳେ ମା
ଆଖିର ଲୁହ ..
ସ୍ମୃତି ତୁମେ ଏବେ ଆସିଛ ମୋ ଲୂହ ରେ
ଯିଏ ଥପଥପ ହୋଇ ବୋହୁଥାଏ ଆଖିରେ..
କ୍ରମଶଃ... ସ୍ୱର୍ଣ୍ଣ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ