କବିତା · ମଇ ୨୪, ୨୦୨୦ · ୧ ମିନିଟ୍ ପଢ଼ା
ସ୍ମୃତି ...୧୪
ସ୍ମୃତି ତୁମେ ପ୍ରଜାପତି ର ପ୍ରେମ ପରି
ସ୍ମୃତି ତୁମେ ଦିଅ ମିଠା ଦଂଶନ ଭାରି
ସ୍ମୃତି ତୁମେ ବାସ ଫୁଲର ପାଖୁଡ଼ା ପରି
ସଦା ଭୁରୁ ଭୁରୁ ବାସ ଦେଉଥାଏ ଭରି
ସ୍ମୃତି ତୁମେ ମୋ ପହିଲି ପ୍ରେମର ଛୁଆଁ
ସ୍ମୃତି ତୁମେ ଚାହାଣି ରେ ମନ ଦିଆ ନିଆ
ସ୍ମୃତି ତୁମେ ମିଳନର ଗୁଣୁଗୁଣୁ ସୂରଟିଏ
ସ୍ମୃତି ତୁମେ ଲୁଚି ଯାଇଥିବା ପ୍ରେମଟିଏ
ସ୍ମୃତି ତୁମେ ପ୍ରେମିକା ଛାତିର ଚିତ୍ର ଟିଏ
ସ୍ମୃତି ତୁମେ ସବୁ ଆଖିତଳର ଇଛାଟିଏ
ସ୍ମୃତି ତୁମେ ମୋ ଅତିତର ଛାଇ ଟିଏ
ମୋ ପଛେ ପଛେ ଯିଏ ସବୁଠି ଧାଇଁ ଥାଏ
ସ୍ମୃତି ତୁମେ ନୀରବ ରାତିର ଉଷ୍ଣ ତରଙ୍ଗ ଟିଏ
ଯିଏ ଅନ୍ଧକାର ରେ ଆସି ଚାପିଧରି ନିଏ
ସ୍ମୃତି ତୁମେ ମୋ ପ୍ରେମ ପ୍ରଣୟର ଗାଥାଟିଏ
ଯିଏ ନିରବତା ଭାଙ୍ଗି ମୋ ମନେ ପସିଯାଏ
ସ୍ମୃତି ତୁମେ ଏ ମନର ଗଙ୍ଗ ଶିକୁଳି ଫୁଲ ଟିଏ
ଯିଏ ସାରା ରାତି ମନକୁ ମହକାଇ ରଖିଥାଏ
ସ୍ମୃତି ତୁମେ ମୋର ହସଲୁହ ର ସାଥୀ ଟିଏ.
ଯିଏ ଚୁପି ଚୁପି ଆସି କିଛି କିଛି କାନେ କହି ଥାଏ
କ୍ରମଶଃ............. ସ୍ୱର୍ଣ୍ଣ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ