କବିତା · ଅଗଷ୍ଟ ୭, ୨୦୨୦ · ୨ ମିନିଟ୍ ପଢ଼ା
ସ୍ମୃତି..33
ଅଭିମାନୀ ମନ ତଳେ
ଦିକ୍ ଦିକ୍ ଜଳୁ ନିତି
ସ୍ମୃତି ଖିନ୍ ଭିନ୍ନ କରେ ଛାତି
ସ୍ମୃତି ହୃଦୟ ର ସୁଖ
ଦୁଃଖ ଅନୁଭୂତି
ସ୍ମୃତି କୋଣ ଅନୁକୋଣେ
ବିରହ ପ୍ରେମ ର ଗୀତି
ସ୍ମୃତି ଭଙ୍ଗା ଗଢା ଜୀବନର
ଏକ କାହାଣୀ
ସ୍ମୃତି ପୃଷ୍ଠାଟିଏ କିଛି ଲେଖା
ମନର ଡାଏରୀ
ସ୍ମୃତି ହୃଦୟ ର କିଛି କଥା
ସ୍ମୃତି ମନ କାନ୍ ଭାସ ର ଛବି
ସ୍ମୃତି ଦିନ ସରେ ଅତିତ କୁ ଭାବି
ସ୍ମୃତି କାଲିର କିଛି କିଛି କଥା
ସ୍ମୃତି ହୋଇ ଆଜି ଦିଏ ଵ୍ୟଥା
ସ୍ମୃତି ଵାସି ରଜନୀଗନ୍ଧା ପରି
ଵାସୁଥାଏ ନିତି
ସ୍ମୃତି ସେ ସକାଳର ଗଙ୍ଗଶିଉଳି
ଆସେ ପୁଣି ପଡେ ଝାଉଁଳି
ସ୍ମୃତି ସେତ ଚୋରା ଚୈତାଳି
ଦିଏ ଭିତରେ ଭିତରେ ଜାଳି
ସ୍ମୃତି ସେତ ଅସହ୍ୟ ଯନ୍ତ୍ରଣା
ସ୍ମୃତି ସେ ଅନୁଭବ ହୃଦୟ ର
ସ୍ମୃତି ସେ ତ ଲୁହର ଶ୍ରାଵଣୀ
ଯାଏ ଝରଝର ଆଖିରୁ ଝରି
ସ୍ମୃତି ସେତ ଅଙ୍ଗ ଲିଭା କାହାଣୀ
ଦିଏ ଖାଲି ହୃଦୟ କୁ ହାଣି
ସ୍ମୃତି ସେ ତ ଅସହ୍ୟ ତାତି
ସ୍ମୃତି ସେତ ଏମିତି ଅନୁଭୂତି
ମନରେ ସତେ ଅତର ମିଶା ଚିଠି
ସ୍ମୃତି ଭିଜାଏ ପଣତ ଆଖି ଲୁହେ
ମନର କଥା କା ଆଗେ କହିନ ହୁଏ
ସ୍ମୃତି ବିକଳେ କିଛି ମନ ଖୋଜି ହୁଏ
ସେଇ ସୁନା ଝରା ଅତିତ ପରା ଯିଏ
ସ୍ମୃତି ଇଛା ହୁଏ ତା ଭିତରେ ହଜିବାକୁ
ଭାରି କଷ୍ଟ ହୁଏ ବାସ୍ତବ କୁ ଫେରିବାକୁ
ସ୍ମୃତି ହସାଏ କେତେ କନ୍ଦାଏ କେତେ
ଖୁସି ଦିଏ ଯେତେ ଲୁହ ଦିଏ ସେତେ
ଭିଜାଇ ଦିଏ ପୁଣି ଜାଳିଦିଏ କେତେ
ସ୍ମୃତିଏମିତି ଅନୁଭୂତି ଭାବୁଥାଏ ମନ
ଜାଣି ହୁଏନା ସରିଯାଏ ଦିନ
କେବେ ସରେ ରାତି.............
ସ୍ମୃତି ସେ ସ୍ମୃତି ଭାରି ଵେଦରଦୀ.... ସ୍ୱର୍ଣ୍ଣ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ