କବିତା · ଅଗଷ୍ଟ ୭, ୨୦୨୦ · ୧ ମିନିଟ୍ ପଢ଼ା
ସ୍ମୃତି...୩୨
କେତେ ଵଦଳିଯାଇଛ ତୁମେ....
ଆଜି କାହିଁ ମନ କୁହେ ସାଥୀ
ତୁମେ ତ ଵଦଳିଯାଇଛ.....
ହୃଦୟ ବି କିଛି ତ କୁହେ
ତୁମେ ତ ବଦଳି ଯାଇଛ...
ଛାତିର ସେ ସ୍ମୃତି କୁହେ
ତୁମେ ତ ଵଦଳିଯାଇଛ...
ହଁ ମୋ ଅନୁଭବ କୁହେ
ତୁମେ ତ ବଦଳି ଯାଇଛ
ତୁମ କଥା ବି ସ୍ପଷ୍ଟ କୁହେ
ତୁମେ ତ ବଦଳି ଯାଇଛ....
ତୁମ ମନରେ ଛବି କୁ
ବୋଧେ ବଦଳାଇ ଦେଇଛ
ତୁମ ସ୍ୱପ୍ନ ଟା ବୋଧେ
ଆଉ କେଉଁଠି ବାଟ ଭାଙ୍ଗି ଗଲା
ତୁମ ହୃଦୟ ରେ ବୋଧ ଆଉ କା
ସୂର ଶୁଭିଗଲା...
ତୁମ ଇସାରା ଆଉ କିଛି ତ କୁହେ
ମୋତେ ବୁଝିବାକୁ ବାକି ନ ଥାଏ
ଖାଲି ଗାର ଟିଏ ରହିଗଲା.....
ସେ ଗାର ମୋ ପାଇଁ ସ୍ମୃତି ହୋଇଗଲା..
ଏତିକି ଭାବେ କେତେ ବଦଳିଗଲ ତୁମେ.. ସ୍ୱର୍ଣ୍ଣ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ