କବିତା · ଅଗଷ୍ଟ ୭, ୨୦୨୦ · ୧ ମିନିଟ୍ ପଢ଼ା
ସ୍ମୃତି ..୩୪
ସ୍ମୃତି ମୁଁ ଭୂଲି ଯିବି ତୁମକୁ
ଅତିତ କୁ ପୋଛି ଦେବି ମନୁ
ବର୍ତ୍ତମାନ କୁ ନେଇ ବଞ୍ଚି ଯିବି
ଭଲ ହେବ ଆଖିର କ୍ଷେତରେ
ମୁଠା ମୁଠା ସପନ ଵୁଣିଦେଵି
ସେ ଫସଲ କୁ ଦେଖି ହସି ହସି
ବଞ୍ଚି ଯିବି...ତିଳ ତିଳ ଜଳି ମରିବା
ଅପେକ୍ଷା ଆଶାର ସୈ।ଧ ଟିଏ ଗଢ଼ିବା
ଶ୍ରେୟସ୍କର.. କାହିଁକି ଜାଣିଛ.!
ତୁମେ ଅଵାସ୍ତଵ କୁହେଳିଆ .. ମରିଚିକା
ଆଉ ରାତି ତମାମ ମୁଁ ନିତି ନିତି ମରେ
ତୁମ ପାଇଁ...
କାଉଁରି ରାଜକନ୍ୟା ର କାଉଁରି କାଠି ର
ପରଶରେ.. ମୁଁ ସକାଳେ ଚେଇଁ ଯାଏ
ଗୋଟିଏ ମିଛ ଚାଦର ଢାଙ୍କି ହସିଦିଏ ସିନା
ତଳେ କୋହ ସବୁ ବରଫ ମୁଣ୍ଡା ହୋଇ
ଲୁଚିଥାଏ..
ଟିକେ ତତଲା ନିଃଶ୍ୱାସ ରେ ହୁଏତ ବରଫ
ତରଳି ଯାଇ ପାରେ...
ଆଉ ସେ ଅଶ୍ରୁର ବନ୍ୟାରେ ତୁମେ ଭାସି ଯିବ
ହଁ ଭାସିଯିବ ବହୁତ ଦୂର କୁ,..
ମୁଁ ଚାହେଁ ନା ତୁମର ଵରଵାଦି
ମୁଁ ପୋଛି ଦେବି ମନୁ ସେ ଅତିତ କୁ
ସେ ସବୁ ସ୍ମୃତି କୁ..... ଭୂଲି ଯିବି ଅତିତ କୁ ....
ସ୍ୱର୍ଣ୍ଣ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ