କବିତା · ସେପ୍ଟେମ୍ବର ୩୦, ୨୦୨୧ · ୨ ମିନିଟ୍ ପଢ଼ା
ତୁମେ ୧୩
ତୁମେ ତ ଭିଜି ନାହଁ ବର୍ଷାରେ କେଵେ
ତୁମେ କି ବୁଝିବ ଭିଜିଵାର ମଜା..
ତୁମେ ତ ଦେଖିନାହିଁ ରଙ୍ଗିନ ସପନ ଟିଏ
ତୁମେ କି ଜାଣିବ ସ୍ୱପ୍ନ ରେ ହଜିବା କଥା
ଦେଇ ନାହଁ ହୃଦୟ କାହାକୁ ଯଦି କେମିତି
ଜାଣିବ ଦେବାରେ ଆନନ୍ଦ କେତେ..
କାନ୍ଦି ନାହଁ ଯଦି ହୃଦୟ ଖୋଲି କେମିତି ବୁଝିବ
ଲୁହର ଓଜନ କେତେ..
ପ୍ରେମୀ ଟିଏ ହୋଇଥିଲେ ଜାଣି ଥାଆନ୍ତ
ପ୍ରେମରେ ଦରଜ କେତେ..
କାହିଁକି ଶାହାଜାହାନ ତାଜ ମହଲ ଗଢିଥିଲେ..।
ତୁମେ! ତୁମେ ତ ହୃଦୟ ହୀନ..
କେମିତି ବୁଝିବ ହୃଦୟ କେତେ ଖଣ୍ଡ ହୋଇ ପାରେ
କାହିଁକି କୋଣାର୍କ ରେ ଖଣ୍ଡ ଖଣ୍ଡ ପଥର ଦେହରେ
ମିଳନ ବିରହର ରାଗିଣୀ ତୋଳେ..
ପ୍ରେମର ଚିତ୍ର ଖାଲି ଆର୍ତ ଚିତ୍କାର କରୁଥାଏ...
ଶିଳ୍ପୀ ନିହାଣ ମୁନରେ କେତେ ପଥର ଭାଙ୍ଗି ହୃଦୟ
ର ସୁନ୍ଦର ଚିତ୍ର ଟିଏ କରିଥାଏ..
କେତେ ଥର ସେ ତା ପ୍ରେମ କୁ ତା ଭିତରେ ଖୋଜି
ଖୋଜି ଲହୁ ଲୁହାଣ ହୁଏ..।
ତୁମେ ଦେଖିଛ କି ହୃଦୟ ରୁ ରକତ କେମିତି ଝରେ
ଆପଣାର ହୋଇ ଧୋକା ଦେଲେ କେତେ ଯେ
ରକ୍ତ ହୃଦୟ ରୁ ଝରେ., ଆଖିରେ ଲୁହ ହୋଇ ଝରିଯାଏ...
ତୁମେ ..!ଦେଖିଛକି ରଙ୍ଗ ମହଲ ଚିକିମିକି ଆଲୁଅ ରେ
ମଦିରାର ନିଶା ଟଳମଳ ଦେହ ଟାକୁ..
ଵଡଲୋକର ଅବହାୱ। ତଳେ କେତେ ଦରିଦ୍ର ସେ
ଖୋଜେ ଖାଲି ଖୋଜେ ନିଜର ମଣିଷ କୁ
ଟିକେ ଆତ୍ମିୟତାକୁ..
କେତେଥର ମରିସାରିଛି ସିଏ ଆଉ ବଞ୍ଚିଛି
କେବଳ ମଲା ଦେହରେ ସ୍ମୃତି କୁ ପାଥେୟ କରି....
ଯେମିତି ତୁମେ ଦେଖ ସବୁ ସେମିତି ନୁହେଁ ଏଠି..
ତୁମେ ପାରିବନି ବୁଝି..
ଏ ଭଙ୍ଗା ମନରେ ଭଙ୍ଗା ହୃଦୟ ରେ ତୁମ ପାଇଁ
କେତେ ଵ୍ୟଥା ମୋର ..
ପ୍ରତ୍ୟେକ ମନ ତଳେ ଅକୁହା କଥା କିଛି..
ଯେମିତି ତୁମେ ବୁଝନି ଆଜିଯାଏ ମୋ ହୃଦୟ ରେ
ଲେଖା କିଛି ହସ୍ତଲିପି..।. ସ୍ୱର୍ଣ୍ଣ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ