କବିତା · ସେପ୍ଟେମ୍ବର ୨୨, ୨୦୨୧ · ୧ ମିନିଟ୍ ପଢ଼ା
ତୁମେ ୧୨
ତୁମକୁ ଭାବିଲେ ତୁମେ ତ ଆସନି
ତୁମ ସ୍ମୃତି ଖାଲି କାହିଁ ଆସିଯାଏ
ଏଣୁତେଣୁ ସେଇ ଗୋପନ କଥା
ଭାବନା ରେ ସାଉଁଟି ଥାଏ .।
ତୁମେ ରହିପାର ନୀରବ ହୋଇ
ମୁଁ କାହିଁକି ରହି ପାରେ ନାହିଁ..
କାହିଁକି କେଜାଣି ଏମନେ ରହିଲ
ଅଲିଭା ଗାରଟି ହୋଇ।
ପ୍ରେମରେ କି ସାଥୀ ଏମିତି ହୁଏ
ଜଣେ ଭୁଲି ଗଲେବି
ଆନ ଜଣେ ଭାବୁଥାଏ.
ଦେଖୁନ କଇଁକୁ ଜହ୍ନ କୁ ଚାହିଁ ଥାଏ
ପୂର୍ଣ୍ଣିମା ହେଲେ ଜହ୍ନ ସାଗର କୋଳେ
ଶୋଇ ଯାଏ....।
ଅଳସ ଭାଙ୍ଗିଲେ ନିଦୁଆ ଆଖିରେ
ତୁମ ଭାବନା ରେ ହଜେ.
ବଢିଯାଏ ଯେବେ ରାତିର ଅନ୍ଧାର
ତୁମେ ଦେଖାଯାଅ ସତେ..
ଏକୁଟିଆ ବସିଲେ ନିରୋଳା ବେଳରେ
ତୁମେ ସତେ ଚାଲି ଆସ
କେତେ ମିଠା କଥା କହି ସତେ କି
ଆସି ପାଖରେ ବସ।
ମୁଁ ଜାଣେ ତୁମେ କେବେଠୁ ଗଲଣି ଭୂଲି
ମୁଁ କାହିଁକି ତୁମକୁ ଆଜି ଯାଏ ପାରୁନି ଭୂଲି
କିଛି ତ ଭାବିଲେ ତୁମେ ଆଗ ଚାଲି ଆସ
ଭଙ୍ଗା ହୃଦୟ ଟାକୁ ଆହୁରି ଭାଙ୍ଗି ବସ
ଦେଇ ପାରିବନି କେବେ ପ୍ରେମର ପାଉଣା
ତୁମେ ଏମିତି ପ୍ରେମିକ ଟିଏ...
ତଥାପି ତୁମେ ଆଜି ଯାଏ ନେଇଛ ସ୍ୱତନ୍ତ୍ର ସ୍ଥାନ ଟିଏ..
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ