କବିତା · ସେପ୍ଟେମ୍ବର ୨୩, ୨୦୨୧ · ୨ ମିନିଟ୍ ପଢ଼ା
ସମ୍ପର୍କ ୭
ଆକାଶ ଵାଦଲର
ଧରେ ଆଜିବି କୋଳରେ ଆକାଶ
ବାଦଲ କୁ..
ବର୍ଷା ପୃଥିବୀର..
କେଉଁ ଆବାହନ କାଳରୁ ବର୍ଷା ଭିଜାଉଛି ମାଟିକୁ
ଜହ୍ନ କୁମୁଦ ର...
କେବେଠୁ ଜହ୍ନକୁ ଚାହିଁଛି କଇଁ..
ମା ପିଲା..
ଆହାଃ କେତେ ଆତ୍ମିୟ ତା ସେ ସମ୍ପର୍କରେ
ବାଇଚଢେଆଉ ତାର ବସା
କେବେଠୁ ତିଆରି କରିଛି କେଜାଣି
ଭାରି ଭରସା ସେ ବସା ଉପରେ ତାର..
ସାଗର ବେଳାଭୂମି..
ଅନାଦି କାଳରୁ ଲହରି ଆସି ଛୁଇଁ ଯାଏ ବେଳାଭୂମି କୁ
ଏଇତ ସମ୍ପର୍କ..
ଆମ୍ବଗଛ ରେ ବଉଳ ଆସେ ଫଗୁଣ ରେ..
କେତେ ଵିଶାଳ ସତେ ସମ୍ପର୍କ ର ମାନେ..
ହୃଦୟ ର ଗଭିରତା କୁ ମାପିବା ଭାରି କଷ୍ଟ..
ତୁମ ମୋ ଭିତରେ କଣ ଯେ ସମ୍ପର୍କ
ମୁଁ ଜାଣେନି..
ହେଲେ ରହି ହୁଏନା ତୁମ ବିନା...
କୃଷ୍ଣ ର ଆଖିରେ ଲୁହ ସୁଦାମା ପାଇଁ
ରାଧା ଜଳେ କୃଷ୍ଣ ପାଇଁ..
ଏ ମିଳନ ହେଉ କି ବିରହ ହେଉ
ଅନାବିଳ ମମତା ଏ ଇ ସମ୍ପର୍କ..
ହୋଇ ପାରେ ଯୁଗ ଯୁଗ ର
ହୋଇ ପାରେ ଏଇ ଟିକେ ଆଗରୁ..
ଯେମିତି ରାସ୍ତା ରେ ତୁମକୁ ଦେଖି ମୁଁ
ଟିକେ ଅଟକି ଗଲି..
ଟିକେ ଚାହିଁ ଦେଲି..
ତୁମ ପରିଚୟ ମାଗି ଟିକେ ହସି ଦେଲି..
ଆଉ ବଗିଚାରେ ତୁମ କୁ ଦେଖି ଦିନେ
ଗୋଲାପ ଫୁଲଟିଏ ଦେଇ ହସି ଦେଲି..
ପ୍ରାୟ ଦିଅ କି ନ ଦିଅ ତୁମ ନିକଟତର ହେଲି
ଏମିତି ଆସ୍ତେ ଆସ୍ତେ ସମ୍ପର୍କ ର ଡୋରି ରେ
ଆମେ ଦିନେ ବାନ୍ଧି ହୋଇ ଗଲେ
ତୁମେ ଆଉ ମୁଁ..
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ