କବିତା · ନଭେମ୍ବର ୨୪, ୨୦୨୩ · ୨ ମିନିଟ୍ ପଢ଼ା
ସମ୍ପର୍କ... ୭
ତୁମେ ମୋ ଭିତରେ କି ସମ୍ପର୍କ..?
ସକାଳ ରେ ତୁମେ ସନ୍ଧ୍ୟା ରେ ତୁମେ
ନିଛାଟିଆ ରେ ତୁମେ କୋଳାହଳ ରେ ବି ତୁମେ...
ମୋ ଭାବନାରେ ତୁମେ,ମୋ ସ୍ୱପ୍ନ ରେ ବି ତୁମେ.
ଜୀବନ ର ଗଳିକନ୍ଦିରେ ଖାଲି ତୁମେ ଆଉ ତୁମେ
ଏତେ ଆତ୍ମିୟତା ଏ କି ସମ୍ପର୍କ..
ଯାହାର ନାଁ ନାହିଁ ଯାହାର ସ୍ଥିତି ନାହିଁ
ଯେଉଁ ସମ୍ପର୍କ ର ପରିଚୟ ନାହିଁ..।
କଣ ସେ ସମ୍ପର୍କ କହି ପାରଵ ତୁମେ!
ନା ମ ତୁମେ ବି କଣ ଜାଣିଛ ଯେ ଏହାର ମାନେ
ଏ ତ ଏମିତି ସମ୍ପର୍କ ତାଲିକା ତୁମ ମୋ ଭିତରେ
ହେଉ ହେଉ ହୋଇଗଲା...
ଜାଣିନି କେତେ ବେଳେ କେମିତି କେଉଁ ଏକ
ସଞ୍ଜ ସଞ୍ଜ ବେଳେ..
କେଉଁଠି ଦେଖା ହେଲା ଜୀବନ ରାସ୍ତା ରେ
କିମ୍ଵା ଆସିଥିଲ ସ୍ୱପ୍ନ ରେ ..।
ନା ମୁଁ ଯେତେବେଳେ ଏକୁଟିଆ ପିଉଥିଲି ଚା
ବସି ଵାରି ଅଗଣାରେ..
ନା ବସରେ ଥିବା ବେଳେ ଥିଲ ମୋ ପାଖ ସିଟ୍ ରେ
ନା ପାଦ ଖସିଗଲା ବେଳେ ଧରି ନେଇଥିଲ ଷ୍ଟେସନ ରେ
ନା କେଉଁ ବଗିଚାରେ ଫୁଲ ଆଢ଼ୁଆଳରେ...
କେଉଁଠି ଯେ କେମିତି ଏ ସମ୍ପର୍କ ଖୋଜୁଛି ମୁଁ ..।
ନ ଥିଲ ତ ତୁମେ ମୋ ବାଲ୍ୟ ଵନ୍ଧୁ ...
ପଢି ନ ଥିଲି ପାଠ ତୁମ ସହ ସ୍କୁଲ କଲେଜ ରେ..
ତା ହେଲେ କେମିତି ତୁମର ମୋର ସମ୍ପର୍କ
ଭାରି ଚିହ୍ନା ଚିହ୍ନା ଲାଗେ ତୁମେ.......
ହୃଦୟ କଣ ଏତେ ବାଟ ଯାଇ ପାରେ ..
କାହିଁ କେଉଁଠି ତ ଦେଖିନି ତୁମକୁ
ତଥାପି ତୁମେ ଯେ ନିଜର ଲାଗ ପରିଚିତ
ତୁମ ସହ କିଛି ଅଛି ସମ୍ପର୍କ...।
ଦୂରେ ଦୂରେ ତଥାପି ଅତି ପାଖରେ
ମୋ ଆଖି ଆଇନାରେ...
ହୃଦୟ କାନଭାସରେ ଗୋଟିଏ ପ୍ରତି ଛବି..
ମୋ ଚାରି ପାଖରେ ତୁମ କୁ ଅନୁଭଵ କରେ..
ଏଇତ ସମ୍ପର୍କ.. ମଣିଷ ମଣିଷ ଭିତରେ..
ନଥାଉ ଚିହ୍ନା ତଥାପି ମୁଁ ଚିହ୍ନିଛି ତୁମକୁ
ତୁମେ ଚିହ୍ନିଛ ମୋତେ... ମଣିଷ ଭାବେ
ହୃଦୟ ରେ ଆମ ଭିତରେ ଅଛି କିଛି ସମ୍ପର୍କ..
ନା ତା'ର ଅଚିହ୍ନା ବନ୍ଧୁ ଟିଏ..... ସ୍ୱର୍ଣ୍ଣ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ