କବିତା · ସେପ୍ଟେମ୍ବର ୪, ୨୦୨୧ · ୧ ମିନିଟ୍ ପଢ଼ା
ସମ୍ପର୍କ ୫
ମନ ଖୋଜେ ମନ ଟିଏ
ହୃଦୟ ଖୋଜେ ହୃଦୟ..
ଆଖି ଖୋଜେ ଆଖି ଟିଏ
ସମ୍ପର୍କର ମାନେ ବୁଝେ ଯିଏ।
ବୁଝିଛି ବୋଲି ତୁମକୁ ମୁଁ
ତୁମ ପାଖେ ଛାଇ ଟିଏ..
ସମ୍ପର୍କ ବୁଝେ ବୋଲି ଛାଇ
ପରା ସାଥେ ଚାଲିଯାଏ..।
ଝଡ଼ ହେଉ କି ହେଉ ବର୍ଷା
ମନ ଧାଇଁ ଯାଏ ତୁମ ପାଖେ
ସମ୍ପର୍କ ପାଇଁ ସିନା ହୃଦୟ
ତୁମକୁ ଖୋଜେ..।
ତୁମ ଆଖି ଲୁହ ମୋ ଆଖିରୁ
ଝରିପଡେ
ତୁମ ପାଦେ କଣ୍ଟା ଫୁଟି ଗଲେ
ମୋ ପାଦରୁ ରକ୍ତ ଝରେ..।
ତୁମ ଖୁସି ରେ ମୁଁ ବିଭୋର ହୁଏ
ତୁମ ଆଗଣାର ଖୁସି ଫୂଲ ସଵୁ
ମୋ ଅଗଣାରୁ ସାଉଁଟି ଥାଏ....।
ଵନ୍ଧୁ ଟିଏ ମିଳିଗଲ ତୁମେ
କେଉଁ ଜନମର ପୁଣ୍ୟ ପାଇଁ..
ସାଥୀ ଟିଏ ହେଲ ବୋଧେ
ଆଗ ଜନ୍ମ ର ସମ୍ପର୍କ ପାଇଁ...।
ମମତା ରଜ୍ଜୁ ରେ ସମ୍ପର୍କ ଶକ୍ତ ହୁଏ
ଭିଡି ଦେଲେ ସମ୍ପର୍କ ତ ଛିଡି ଯାଏ..
ଖୋଲା କଲେ ହାତରୁ କେତେ
ବେଳେ ଖସି ଯାଏ...।
ଏମିତି ହିଁ ସମ୍ପର୍କ କୁ ଜଗିବାକୁ ହୁଏ...
ସମ୍ପର୍କ ସବୁବେଳେ ମିଠା ଫଳଟିଏ
ଅନୁଭବ ରେ ରହିଥାଏ... ସ୍ୱର୍ଣ୍ଣ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ