କବିତା · ଅଗଷ୍ଟ ୨, ୨୦୨୩ · ୨ ମିନିଟ୍ ପଢ଼ା
ବେଳାଭୂମି !୧୩
ଆଜି ଏଇ ବେଳାଭୂମି
ଭିଜିଯାଏ ଭିଜା ଶ୍ରାଵଣରେ
ପ୍ରଗଳ୍ଭା ନଦୀ କ୍ଷିପ୍ର ଗତି
ମିଶିବାକୁ ସାଗର ଵକ୍ଷରେ..।
ମୋ ମନ ଵେଳା ଭୂମିରେ
ପିଟୁଛି ଲହରୀ ତୁମ ସାଥେ
ଭିଜିଵାକୁ..
ଆଜି ମନମୋ ଲାଗୁଛି ଅସହ୍ୟ..
ଦେଖି ଏଇ ଭିଜା ଶ୍ରାଵଣକୁ।
ଭିଜିଯାଏ ଧରଣୀ ପୁର୍ଣ୍ଣ ଗର୍ଭା ନଦୀ
ସବୁଜିମା ଵୃକ୍ଷଲତା
କଦମ୍ବ ଫୁଟିଛି ବାସ ମହକୁଛି
ଦେଉଛି ପ୍ରୀତି ଇସାରା।
ମନ ବେଳାଭୂମି ରେ କେତେ ଯେ
ଉର୍ମି ଆସି ଫେରିଯାଏ
ଏ ଶ୍ରାବଣୀକୁ ଦେଖି ଭାରି ଭିଜିଵାକୁ
ଇଛା ହୁଏ..।
କେତେ ମାଦକତା ଏ ଭିଜିବାରେ
ବେଳାଭୂମି କୁ ପଚାର ଯାଇ
ନିତି ଭିଜି ଯାଏ ଲହରୀ ଛୁଆଁରେ
କେତେ ଆନନ୍ଦ ହୋଇ।
ପଚାରେନା କେବେ କାହିଁକି ଭିଜେ
ଏଈ ଲୁଣି ଜଳରେ
ସେ ଜାଣିଛି ଏ ଲୁଣି ଜଳ କେବଳ
ତା ବିରହ ରେ।
ଶ୍ରାବଣୀ ନାଚୁଛି ପ୍ରୀତି ଛୁଆଁ ଦେଇ
ମାଟିକୁ ମିଳନ ଗୀତ ରେ
ଚାହିଁଛି ସାଥି ସେଇ ଦିନକୁ ତୁମେ
ଭିଜୁଥିବ ମୋ ସାଥୀ ରେ।
ଏଭିଜିବାରେ କେତେ ଯେ ଶାନ୍ତି
ମାଟିକୁ ପଚାର ଯାଇ
ଭିଜିଯାଏ ବୋଲି ମାଟି ମହମହ
ବାସୁ ଥାଇ।
ମାଟି ଆକାଶ ର ମିଳନ ଦେଖି
ମିଳନ ଗୀତ ଶୁଭିଯାଏ।
ନଦୀ ସାଗରର ମିଳନରେ ସାଥି
ମୋ ମନରେ ଜୁଆର ଉଠି ଯାଏ।
ଥରେ ଆସ ସାଥି ମୋର ଏଇ ମନ
ଵେଳା ଭୂମିକୁ ଭିଜାଇଵା ପାଇଁ
ମୋ ଭିଜିବାରେ କେତେ ଯେ ଆନନ୍ଦ
ମୁଁ କହି ପାରେ ନାହିଁ। ସ୍ୱର୍ଣ୍ଣ ଲତା ଲେଙ୍କା ଯାଜପୁର
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ