କବିତା · ଜୁନ ୧୦, ୨୦୨୩ · ୨ ମିନିଟ୍ ପଢ଼ା
ବେଳାଭୂମି ୧୨
ଦେଇ ପାରିବୁକି ବେଳା ଭୂମି
ସେଇ ଅତିଥିର ଠିକଣା
ଯିଏ ମାଗୁଥିଲା ମୋତେ
ନିତି ତା ପ୍ରେମର ପାଉଣା।
ପହିଲି ଆଷାଢ଼ ମାଟିକୁ
ଛୁଇଁଲା ପରି
ନବ ଯୌବନ ରେ ଯିଏ
ଦେଇଥିଲା ମନେ ଗାର ଟାଣି।
ହୃଦୟରେ ଗଢ଼ିଥିଲା ମୋର
ପ୍ରେମର ମନ୍ଦିର ଟିଏ
ପୂଜାରିଣୀ ଥିଲା ଏ ହୃଦୟ
ମନ୍ଦିରେ ଯିଏ।
ମୋ ପାଇଁ କରିଥିଲା ତା ମନଵନେ
ଗୋଲାପି ବଗିଚା ଟିଏ
ନିତି ଦେଉଥିଲା ମୋତେ ଆଣି
ପ୍ରୀତି ଉପହାର ସିଏ।
କେଉଁ ଏକ ଝଡ଼ ଆସି କରି ଦେଲା
ଅଲଗା ତାକୁ
ପାଉନି ଠିକଣା ଖୋଜୁଛି ଯେତେ
ଆସିଛି ତୋତେ ପଚାରିବାକୁ।
ତା ବିନା ଏ ପ୍ରେମର ମନ୍ଦିର
ଅପୂଜା ଆଜି ଯାଏ
ତା ପରି ଭକତ ଦେଖିନି ମୁଁ ମୋ
ମନ ଦେଉଳରେ ନାହିଁ କିଏ।
ପ୍ରେମର ଦୀପାଳୀ ଜଳୁ ନାହିଁ
ତା ପ୍ରୀତି ବିନା
ପଚାରୁଛି ତୋତେ କହ ଥରେ ତୁ
ତା ଠିକଣା ଦେବୁ କି ନା।
ସେଦିନ ଏଇଠି ଗଢୁଥିଲୁ ଆମେ
ପ୍ରୀତିର ବାଲି ଘରଟିଏ
ସୁନାମି ଆସି ଧୋଇ ନେଲା ଆମ
ସୁନାର ସଂସାର..
ଖୋଜୁଛି ମୁଁ ଆଜିଯାଏ।
କାହିଁକି ଏମିତି ଡାକୁ ତୁ ସୁନାମି କୁ
ଵେଳେ ବେଳେ
କେତେ ଘର ଉଜୁଡି ଯାଏ ଭାବିଛୁ କି
ଆଜି ଯାଏ ଥରେ..।
ତୁ କି ବୁଝିବୁ ତୁ ତ ସାଗର ପାଇଁ ପାଗଳ
ପ୍ରେମୀଟିଏ।
ତା'ର ସୁନାମି ରେ ତୁ ସିନା ଖୁସିରେ ଭିଜୁ
କେତେ ସଂସାର ଉଜୁଡି ଯାଏ। ସ୍ୱର୍ଣ୍ଣ ଲତା ଲେଙ୍କା ଯାଜପୁର
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ