କବିତା · ମଇ ୨୪, ୨୦୨୦ · ୧ ମିନିଟ୍ ପଢ଼ା
ସ୍ମୃତି...୧୦
ସ୍ମୃତି ତୁମେ କାଗଜର ଡଙ୍ଗା ଟିଏ
ଯିଏ ଓଳି ପାଣିରେ ଭାସିଯାଏ
ସ୍ମୃତି ତୁମେ ଉଦାସିଆ କଇଁ ଟିଏ
ଯିଏ ପ୍ରେମରେ ଭିଜି ଭିଜି ଚାହିଁ ଥାଏ
ସ୍ମୃତି ତୁମେ ପାହାଡି ଝରଣା ଟିଏ
ଯିଏ ତୃଷ୍ଣା ହଟାଇ ତୃପ୍ତି ମନେଦିଏ
ସ୍ମୃତି ତୁମେ ରଙ୍ଗ ର ଚଢ଼େଇ ଟିଏ
ଯିଏ ମନେ ଢେଣା ଝାଡି ଉଡିଯାଏ
ସ୍ମୃତି ତୁମେ ମୋ ହୃଦୟ ର ସାଥୀ ଟିଏ
ଯିଏ ମୋ ସାଥେ ସବୁଠି ଖେଳୁଥାଏ
ସ୍ମୃତି ତୁମେ ମନର ଅଲିଭା ଡାଏରୀ ଟିଏ
ତାକୁ ପଢିବେନି ତୁମ ମୋ ପରି କିଏ
ସ୍ମୃତି ତୁମେ ମୋ ମନର ନୀରବ ଭାଷା
ତାକୁ ଵୁଝିପାରିବେନି କିଏ
ସ୍ମୃତି ତୁମେ ପ୍ରେମ ବିରହର ମୂକ ସାକ୍ଷୀଟିଏ
ସ୍ମୃତି ତୁମେ ମିଳନର ମଧୁଝରା ରାତି ଟିଏ
ମୋ ବିରହ ମନର ଦ୍ଵିତୀୟା ଜହ୍ନ ଟିଏ
ସ୍ମୃତି ତୁମେ ଜାଳି ଦିଅ ଦେହ ମନ ମୋର
ଭିଜାଇ ପୁଣି କରି ଦିଅ ଓଦା ସର ସର
ସ୍ମୃତି ତୁମେ ମହୁଲି ମହୁଲି ନିଶାଟିଏ
ସେ ନିଶାରେ ମନ ଘାରିବାକୁଇଛା ହୁଏ
ସ୍ମୃତି ତୁମ ଆସିବାରେ ଛାତି ଆଘାତ ପାଏ
ସ୍ମୃତି ତୁମେ ଆସିଲେ ମୁଁ କଷ୍ଟ ପାଇଥାଏ
ତଥାପି ମୁଁ ମନେ ମନେ ତୁମକୁ ଖୋଜୁଥାଏ
..... କ୍ରମଶଃ.......... ସ୍ୱଊ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ