କବିତା · ମଇ ୨୪, ୨୦୨୦ · ୨ ମିନିଟ୍ ପଢ଼ା
ସ୍ମୃତି ୯
ସ୍ମୃତି ସାଉଁଟା ଫଗୁଣ ଟିଏ
ନିତି ଆସି ଛୁଇଁ ଦିଏ
ସ୍ମୃତି ମନର ଆବେଗ ଟିଏ
ନିତି ଭିଡିଧରେ ଯିଏ..
ସ୍ମୃତି ଛାତି ତଳର କଥା
ନୀରବ ମନର ବ୍ୟଥା
ସ୍ମୃତି ଅତିତର ଦୁଃଖ ସୁଖ ଟିଏ
ସବୁ ସହି ବାର ଧୈର୍ଯ୍ୟ ଦିଏ
କେଵେ କିଛି ମନେ ପକାଏ
ମନ ଇଛା କନ୍ଦାଇ ଥାଏ
ସ୍ମୃତି କେବେ କିଛି ମିଠା କଥା କୁହେ
ହସ ଆପେ ଆପେ ଓଠ ଛୁଇଁଯାଏ...
ସ୍ମୃତି ଭିଜାଏ ଝିପ ଝିପ୍ ବର୍ଷା ରେ
ପୁଣି ଶୁଖାଏ ବୈଶାଖ ଖରାରେ
ତାକୁ କେହି ଭୁଲିପାରେ ନାହିଁ
ସେ କା ଛାତି ତଳେ କୁହ ନାହିଁ
ହେଇ ସକାଳୁ ସକାଳୁ ଆସିଥିଲା
ମୋ ମନରେ ବସା ବାନ୍ଧି ଥିଲ।
ତା ସାଥେ ଲଟପଟ ହୋଇ
ସଵୁଥିରୁ ଗଲି ମୁଁ ଦୂରେଇ
ହଜି ଥିଲି ସ୍ମୃତି ସାଥେ
ମନେ ଆଙ୍କୁ ଥିଲି ଛବି କେତେ
ତୋଳୁଥିଲି ଗୋଲାପ କେତେ
ଓଃ ସ୍ମୃତି ଆସିଲେ ମୁଁ ହଜିଯାଏ
ସେ ଫେରିଗଲେ ମୁଁ ଭାଙ୍ଗି ଯିଏ
ଛାତି ମୋର ଶହେ ଟୁକୁଡା ହୁଏ
ଯେବେ ଵାସ୍ତବ ମନେ ପଡ଼ିଯାଏ
କାହିଁକି କେଜାଣି ଏ ଦୁନିଆ କୁ ଦେଖି
ବାସ୍ତବତା ମୋତେ ଭଲ ଲାଗେ ନାହିଁ
ସପନ ଦୋଳି ରେଝୁଲି ବାକୁ ଇଛା ହୁଏ
ନାହିଁ ତ ସ୍ମୃତି ରେ ଭିଜିବାକୁ ଇଛା ହୁଏ..
ଆସ ତୁମେ ସ୍ମୃତି ମୋ ମନକୁ ନିତି ନିତି
ଦିଅ ମୋତେ ମିଠା ଆଲିଙ୍ଗନ ସେଥିରେ
ହଜି ଯାଉ ଏ ଜୀବନ....
ସ୍ମୃତି ଵାସି ରଜନୀ ଗନ୍ଧା ହାର ଟିଏ
ଵାସିବା ତା'ର ଧର୍ମ ବୋଲି ମଉଳିଲେ
ବି ବାସୁଥାଏ .. ସ୍ୱର୍ଣ୍ଣ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ