କବିତା · ଅଗଷ୍ଟ ୭, ୨୦୨୦ · ୧ ମିନିଟ୍ ପଢ଼ା
ସ୍ମୃତି ୩୯
ଏହି କିଟିମିଟି ଅନ୍ଧାର ରେ
କିଏ ଗୋ ତୁମେ
ଲାଗ ଭାରି ନିଜର ନିଜର
ନିଃଶବ୍ଦ ରେ ଆସିଯାଅ
ଚୁପିଚୁପି ଦିଅ ମୃଦୁ ସ୍ପର୍ଶ
କିଏ ଗୋ ତୁମେ ରୂପ ରାଇଜର
ରାଜକୁମାର
ହରି ନିଅ ନିଦ ମୋର
ଧରାଅ ହାତେ ମଦିରା ପିଆଲା
ଆଗୋ ପ୍ରିୟତମ
ପରଶି ଦିଅ ମଧୁ...
ତୃପ୍ତି ଭରି ଦିଅ ଆତ୍ମା ରେ..
କୃଷ୍ଣ। ମୁଁ ତୁମ ମୁରଲୀ ଅପେକ୍ଷା ରେ
କଵରୀ ଫିଟାଇ ତୁମ ପ୍ରତୀକ୍ଷା ରେ
ହେ ଦୀପ୍ତିମାନ ଏ ଅନ୍ଧାର ଲୁଚିଯାଏ
ତୁମ ସେ ରୂପ ଯୈ।ବନରେ..
ମନ କରିଦିଅ ଅସ୍ଥି ର
ଏଇ ବିଜନ ଵେଳାରେ..
ପାଗଳ ହୁଏ ମନ ତୁମ ପ୍ରିତି ମଦିରାରେ
ଆସ ଥରେ ଏଇ ଅନ୍ଧକାର ଭିତରେ
ନିବିଡ଼ କର ସମ୍ପର୍କ କୁ ଦେଇ ନୂଆ ନାମ
ତୁମ ସ୍ମୃତି ର ଫରୁଆ ରେ ସାଇତା
ନାଲି ସିନ୍ଦୂର ..
ଭରି ଦିଅ ମଥାରେ ସୈ। ଭାଗ୍ୟ ବତୀ ହୁଏ
ସାର୍ଥକ ହେଉ ନାରୀ ଜନ୍ମ ମୋର...
ମନ ଉହ୍ନେଇ ରେ ଦିକ୍ ଦିକ୍ ସ୍ମୃତି ନିଆଁ ଝୁଲ
ଖାଲି ସ୍ମୃତି ରେ ବଞ୍ଚିବା ଭାରି କଷ୍ଟକର..
ସ୍ମୃତି ତୁମ ଜାଳି ଦିଏ ମନ ମୋର
ତୁମେ କିନ୍ତୁ ଭାରି ସ୍ୱ। ର୍ଥପର....... ସ୍ୱର୍ଣ୍ଣ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ