କବିତା · ଅଗଷ୍ଟ ୭, ୨୦୨୦ · ୨ ମିନିଟ୍ ପଢ଼ା
ସ୍ମୃତି...୩୮
ଭାବୁଛି ଅନେକ କିଛି ଲେଖି ତ ପାରେନାହିଁ
ସଵୁ ଭାବନା ରେ ତୁମକୁ ଭେଟୁଛି ସାଥୀ ମୁହିଁ
ସ୍ମୃତି ତୁମେ ରହିଛ ମୋପାଖେ ଛାଇଟେ ହୋଇ
ଟିକେ ଆଖି ଖୋଲିଲେ ଆସୁଛ ତୁମେ ପରା ଧାଇଁ
ଚାରିପଟେ ଦେଖେ କେହି ତ କାହିଁ ପାଖେ ନାହିଁ
ଅଛି ଅଛି କିଏ ଆସି ହୃଦୟ କୁ ଯାଏ ଧିରେ ଛୁଇଁ
ଯେତେ ଚାହିଁ ଲେ ବି ତୁମକୁ ଭୂଲି ପାରେ ନାହିଁ
ଟିକେ ନିରୋଳା ତୁମେ ଚାଲି ଆସ ପାଖେ ଧାଇଁ
ମରୁଭୂମିର ତପ୍ତ ବାଲୁକାରେ ଶିଝୁ ଗଛ ଟିଏ ମୁହିଁ
ଜଳ ବିନା ଏ ଜୀବନ ସାହାରା କେହି ଜଣେ ନାହିଁ
ସ୍ମୃତି ତୁମେ ଯେବେ ଦେଖା ଯାଅ ରହି ହୁଏ ନାହିଁ
ଏମନ ଧାଇଁ ଯାଏ ଅତିତକୁ ତୁମକୁ ଖୋଜିବା ପାଇଁ
ଆସୁଛ ଗୋପନେ ଜାଳୁଛ ଜୀବନ ଅଦେଖା ଜୁଇରେ
ଵୁଝିଛ କି ଥରେ କେତେ କଷ୍ଟ ହୁଏ ମିଛ ବଞ୍ଚିବାରେ
ସତ କହୁଛି ସ୍ମୃତି ସରିସରି ଆସେ ବୋଧେ ଜୀବନ
ବାକି ରହିଗଲା ଅଧା ଦେଖା ଆମ ସେ ସୁନେଲି ସପନ
ଦରଜ ମନରେ କି ମଲମ ତୁମେ ଆସି ମୋତେ ଦେବ
ତୁମକୁ ଦେଖିଲେ ସତ କହୁଛି ମୁଁ ଏ ଦରଜ ବଢ଼ି ଯିଵ
ଏ ଅସ୍ଥିର ମନଟା ତୁମକୁ ଦେଖିଲେ ଆହୁରି ଅସ୍ଥିର ହୁଏ
ବଞ୍ଚିବା ଜୀବନ ତୁମକୁ ଭେଟିଲେ ମରିବାକୁ ଇଛା ହୁଏ
ଶ୍ରାବଣ ସରିଲା ଭାଦ୍ରବ ଆସିଲା ଏ ଋତୁ ଚକ୍ର ପୃଥିବୀର
ସୁଖ ଫେରିଗଲା ଦୁଃଖ ଆସିଲା ଏ ଜୀବନ ଚକ୍ର ମଣିଷର
ହସ ନେଇଗଲ ତୁମେ କାନ୍ଦେ ଆଜି ସ୍ମୃତି ବେଳାଭୂମି ରେ
ତୁମ କଥା ସାଥି ଭାରି ମନେ ପଡେ ଭାରି ମନେ ପଡେ...
ଏଇ ସଞ୍ଜ ସଞ୍ଜ ବେଳେ.ଏଇ ସଞ୍ଜ ସଞ୍ଜ ଵେଳେ ସ୍ୱର୍ଣ୍ଣ.........
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ