କବିତା · ଅଗଷ୍ଟ ୭, ୨୦୨୦ · ୨ ମିନିଟ୍ ପଢ଼ା
ସ୍ମୃତି ୪୦
ସ୍ମୃତି ତୀରେ ଵସି ମୁହିଁ
ଖୋଜୁଛି ତୁମକୁ .....
ଭୂଲି ନାହିଁ ସାଥୀ ମୁହିଁ
ଆମରି ପ୍ରୀତି କୁ...
ଗଲା ଦିନ ଭାରି ମନେ ପଡେ.
ଏହି ଅପରାହ୍ନ ରେ....
ତୁମ ସ୍ମୃତି ଆସି ଖେଳେ
ଏଇ ମୋ ମନ ଅଗଣାରେ...
ଆଖି ଆଗେ ନାଚି ଯାଏ
ସେଇ ଅଭୂଲା ଦିନ....
ତୁମ ସାଥେ ହଜି ଥିଲା
ଯେଉଁ ଦିନ ଏ ମନ....
ଲୂହ ମୋର ବୋହି ଯାଏ
ତୁମ କଥା ଭାବି....
କେମିତି କହିବି ଆଜି ଅଛି
ତୁମ କଥା ନ ଭାଵି.....
ଏମିତି ଗୋଟିଏ ଦିନ ନାହିଁ ତୁମ
ସ୍ମୃତି କେବେ ଆସିନାହିଁ...
ବୟସର ଅପରାହ୍ନ ରେ
ତଥାପି ତୁମେ ଆସ ଧାଇଁ...
ମୁହଁ ଫୁଲେଇ ଭାଵ ତୁମେ
ମୁଁ ଭୂଲିଯାଇଛି
ଛାତି ଚିରି ଦେଖ ତୁମେ
କେମିତି ସାଇତି ରଖିଛି.....
କାଲି ଥିଲା ଆଜି ବି ସ୍ମୃତି
ତାଜା ହୋଇ ଅଛି....
ତୁମ ସ୍ମୃତି ନେଇ ସାଥୀ
ଏମିତି ରହିଛି......
ତୁମେ ସାଥି ଟିଏ ମୋର
ଜୀବନ ର ସେଇ ଖୋଜା
ଖୋଜି ଵେଳରେ...
ରଖି ଥିଲି ତୁମ ଛବି ଏ ମନ
ଆଇନାରେ...
ଲେଖିଥିଲି ନାଁ ତୁମ ଏ
ହୃଦୟ ରେ
ଦେଖିଥିଲି ସ୍ୱପ୍ନ ପାହାନ୍ତି
ପ୍ରହରେ
ମିଛ ଥିଲା ସେ ସବୁ ମିଛ ଏ ସମ୍ପର୍କ
ରହିଗଲା ବହୁ ଦୂରେ
କରିଦେଲ ପର....
ଭୂଲି ଗଲ ପଛ କଥା ଦେଇ
କେତେ ଵ୍ୟଥା...
ସେ ସବୁ ସ୍ମୃତି ଏ ମନେ ସାଇତା
ପଢିଦିଏ ଡାଏରୀ କୁ
ନିରୋଳାରେ ବସି.....
କେତେ କେତେ ସ୍ମୃତି ମନେ
ଖେଳେ ଆସି.....
ମାଗିନାହିଁ ମାଗିବି ନି କେବେ
ତା'ର ମୂଲ
ତୁମ ସ୍ମୃତି ଯେ ମୋପାଇଁ
ହୀରା ମୋତି ତୁଲ...
ଛାତି ରେ ଯିଏ ଓଠ କହି
ପାରେ ନାହିଁ
ଥାଅ ସାଥୀ ସ୍ମୃତି ହୋଇ
ହୃଦୟ ରେ ରହି
ସ୍ୱର୍ଣ୍ଣ....
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ