କବିତା · ଅକ୍ଟୋବର ୧୩, ୨୦୨୦ · ୧ ମିନିଟ୍ ପଢ଼ା
ସ୍ମୃତି ୫୪
ସକାଳୁ ଉଠି ଦେଖିଲି ଆଜି
ମୋ ମନ ଅଗଣାରେ କେତେ
ସ୍ମୃତି ଫୁଲ ଫୁଟିଛି....
ତୋଳିବାକୁ ଇଛା ହେଲା ଭାରି
ଭାବିଲି କେଉଁ ଫୁଲ ତୋଳିଵି ବୋଲି..।
ସବୁ ତ ଲାଗେ ଏକା ପରି ..
ପ୍ରଥମେ ଆସି ଫୁଟି ଥିଲେ ବିଶ୍ୱାସ ଭରି
ଯାହାକୁ ଛୁଇଁଲେ ପାଏ କଣ୍ଟାର ଆଘାତ
ଆରେ ପ୍ରତାରଣାର ଫୁଲ ସଵୁ ବଗିଚାରେ ତ...।
ଇଛା ହେଉନି ଆଉ ତୋଳି ବାକୁ
ସ୍ମୃତି ଫୁଲ...
ମନ ଆଇନା ରେ ସବୁ ତ ଦେଖେ
ଛଳନାର ପ୍ରତିବିମ୍ବ..
ବାତାୟନ ଦେଇ ଆସେ କେତେ
ଯେ ମହମହ ବାସ...
ତଥାପି ଇଛା ହୁଏ ନା
ରଖିବାକୁ ବଗିଚାରେ ସେ ଫୁଲ ଗଛ..।
ଭଲ ଲାଗୁନାହିଁ ଆଉ ସେ ସ୍ମୃତି ର
ଦରଜା ଖୋଲିବାକୁ...
କି ସେ ସୁନ୍ଦର ସ୍ମୁତି ଫୁଲ ତୋଳିବାକୁ।
କ୍ଷତାକ୍ତ କରେ ସିନା ହୃଦୟ ମୋର
ଆତ୍ମ ତୃପ୍ତି ମିଳେନା ଆଉ..
ସେ ସ୍ମୃତି ଫୁଲ ସେଇଠି ସେମିତି
ଫୁଟି ଥାଉ.....
ମୁଁ ଚାହୁନି ତା ରୂପ ମୋ ମନକୁ
ଆଉ ଛୁଇଁ ଯାଉ.... । ସ୍ୱର୍ଣ୍ଣ 🌹🌹
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ