କବିତା · ଅଗଷ୍ଟ ୨୭, ୨୦୨୪ · ୨ ମିନିଟ୍ ପଢ଼ା
ବେଳାଭୂମି.୧୯
କହରେ ବେଳାଭୂମି ତୁ କାହିଁକି
ନୀରବ ଆଜି
କହିକି ପାରିବୁ ଠିକଣା ଯାହା ମୁୁଁ
ପାଉନି ଖୋଜି।
ଗଢି ଥିଲି ଦିନେ ଆଶାର ତାଜ
ତୋ ଓଦା ବାଲିରେ
ସପନ ଦେଖିଥିଲି ଶୋଇ କେତେ
ତୋ ବାଲୁକା ଶେଯରେ।
ଆସିଥିଲି ଦିନେ ଗଢିବାକୁ ସ୍ୱପ୍ନର
ଘର ତୋ ପାଖକୁ
ଦୁଇ ମନ ଏକ କରି ଦେଇ ପ୍ରେମ
ମନ୍ଦିର ତୋଳିବାକୁ।
ସାଖି ଥିଲା ସମୟ ସାଖି ଥିଲା ଏ
ବେଳାଭୂମି
କେମିତି କେଉଁ ଝଡ ଆସି ଭାଂଗି
ଦେଲା ଜାଣିନ ପାରିଲି।
ଭାରି ମନେ ପଡେ ସିଏ ମୋର
ଏଇ ଏକଲା ପଣରେ
ଆଖି ବୁଜି ଦେଇ ଭାବେ ତା'ଛବି
ଯାହା ଅଛି ଛାତିରେ।
ସମୟର ଉଜାଣି ସୁଅରେ ଭାସି
ଯାଏ ସ୍ୱପ୍ନ ସବୁ
ଅଧୁରା ସେ ସ୍ୱପ୍ନ ବେଳେ ବେଳେ
କଷ୍ଟ ଦିଏ ଏମନକୁ।
ମନ ଯମୁନା କୂଳରେ ବଂଶୀ ରହି
ରହି ବାଜୁଥାଏ
ବୀରହି ରାଧିକା ପରି ମନ ତାକୁ
ଝୁରୁଥାଏ।
କିଏ ଵଜାଇଲା ନୁପୁର ରୁଣୁ ଝୁଣୁ
ଶୁଭଇ
ହଜିଯାଇଥିବା ପାଉଁଜି ପାଇଛୁ କି
ତୁହି।
କହରେ ବେଳାଭୂମି ଦେଖିଛୁ କି
ମୋର ସାଥି କୁ
ତାକୁ ଆଣି ଆସିଥିଲି ଦିନେ ବୁଲି
ତୋ ପାଖକୁ
ହଜିଗଲା ଅତିତ ହଜିଗଲା ମୋର
ହାତ ଲେଖା ଡାଏରୀ
ହଜିଗଲା ତା ଠିକଣା ଆଜି ଖୋଜି
ଵି ପାଉନି
ବେଳାଭୂମି କି ଦେଇ ପାରେ ସାଥି
ଠିକଣା ହୃଦୟର
ସେତ ନିତି ଖାଉଥାଏ ଶକ୍ତ ଧୋକା
ପ୍ରହାର ଢେଉର।
ଭଙ୍ଗା ହୃଦୟେ ତୁ କି ସାଇତି ପାରିବୁ
କାହାର ଠିକଣା
ମାଗିଲେ ତୋତେ ଦେଇକି ପାରିବୁ
ପ୍ରେମର ପାଉଣା।
ମନ ବୁଝିବାକୁ ଆସିଥିଲି ଖୋଜିବାକୁ
ତା,ର ଠିକଣା
ହଜିଛି ସିଏ ଅତିତ ଆଜି ତଥାପି
ମନେ ପଡେ କାହିଁକି ଜାଣେନା। ଡ଼ ସ୍ୱର୍ଣ୍ଣ
ଲତା ଲେଙ୍କା/ ଯାଜପୁର
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ