କବିତା · ମଇ ୪, ୨୦୨୪ · ୨ ମିନିଟ୍ ପଢ଼ା
ବେଳାଭୂମି ...୧୯
ଦେଖିଛ କି ବନ୍ଧୁ !
ସାଗର କେମିତି ଉଛୁଳି କୂଳକୁ ଛୁଇଁ
ଯାଇ ଫେରୁଥାଏ
ଗଣିଛକି ବନ୍ଧୁ କେତେ ଉର୍ମି ଆସି ପୁଣି
ପଛକୁ ଫେରିଯାଏ।
କହିଵକି...
କେତେ ଲହରି ମାଳ ନିତି ବେଳାଭୂମି
କୁ କ୍ଷତାକ୍ତ କରି ଦିଏ
କେତେ ଲୁହ ତା'ର ସାଗରରେ ମିଶି
ସାଗରରେ ଲୁଣି ଜଳ ଭରି ଦିଏ।
ସହି ପାରେନା ସାଗର ଅନ୍ତର୍ଦାହ ତା'ର
ବ୍ୟଥିତ ହୃଦୟର
ସେଥିପାଇଁ ଘୁ ଘୁ ଗର୍ଜନ କରି କାନ୍ଦେ
ଅସହ୍ୟ ବେଦନା ତା'ର।
ମଣିଷ ଜଳେ ଭିତରେ ଭିତରେ ନେଇ
ଅନ୍ତର୍ଦାହ ହୃଦୟର
କୋହ ସବୁ ଛାତି ଥରାଇ ଦିଏ ସଦା
ଅଣନିଃଶ୍ବାସୀ ବଞ୍ଚିବାର।
ତଥାପି ବଞ୍ଚେ ମଣିଷ ମନକୁ ବୁଝାଇ
ଜୀଵନ ସଂଘର୍ଷମୟ
ସଂଘର୍ଷ ମୟ ଜୀଵନ ଵନ୍ଚିବାଟା ଏକ
ସଫଳ ମଣିଷର।
ସହି ନାହିଁ ଯିଏ ଦୁଃଖର କୁହୁଡି କି କୁଆ
ପଥର ମାଡ଼ ଜୀବନର
ସେ କି ବୁଝିବ ମଣିଷ ଜୀବନରେ ଚାକୁ
କେତେ ଧୈର୍ଯ୍ୟ ଦରକାର।
ଆସୁ ଝଡ ତୋଫାନ ଗିରି କି ଟଳି ଯାଇ
ପାରେ..
ସେଥିପାଇଁ ପର୍ବତ ପରା ଧୈର୍ଯ୍ୟର ପ୍ରତୀକ
ଧରିଥାଏ ଆମ ଆଗେ।
ଧୈର୍ଯ୍ୟ ର ବନ୍ଧ ଭାଂଗି ଗଲେ ମଣିଷ କି
ବଞ୍ଚି ପାରେ
ଜିତିବାକୁ ହେଲେ ସହିବାକୁ ହେଵ ଆସୁ
ଝଡଝଞ୍ଜା ଜୀବନରେ ।
ସଂସାର ସାଗର ପାରି ହେବା ଏତେ ତ
ସହଜ ନୁହେଁ
ନାବିକ ହିଁ ଜାଣେ କାତ କିପରି ଵାହିବ
ମଝି ଦରିଆ ରେ।
ଜୀବନଟା କେବେ ଫୁଲ କେଵେ କଣ୍ଟାର
ଅମଡା ପଥଟିଏ
ପଥିକ ଚାଲିବ ନ ପଡିବ ଥକି ଲକ୍ଷ୍ୟ
ତା'ର ଅପହଞ୍ଚ ଇଲାକା ରେ।
ଚାଲିବା ଚାଲିବା ନ ପଡ଼ିବା ଥକି ଧୈର୍ଯ୍ୟ
ଧରି କର୍ମ କୁ ଗୁରୁ କରି
ଜୀବନ ବେଳାଭୂମି ହେଉ ପଛେ କ୍ଷତାକ୍ତ
ଆଖି ସାଗରରେ ଯାଉ ତରଙ୍ଗ ଖେଳି।
ସ୍ୱର୍ଣ୍ଣ ଲତା ଲେଙ୍କା/ ଯାଜପୁର
କାଳି
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ