କବିତା · ନଭେମ୍ବର ୧୯, ୨୦୨୦ · ୧ ମିନିଟ୍ ପଢ଼ା
ସ୍ମୃତି ୬୧.....
ସ୍ମୃତି ଫୁଲ ସାଉଁଟି ପାରେନା ଆଉ
ଶେଫାଳୀ ପରି ସେ ରାତିରେ ଝରିଯାଉ ....
ଭିଜି ଯାଉ ଶେଫାଳୀ ଭିଜିଲା ପରି
କୁହୁଡ଼ି କାକରରେ...
ମରିଯାଉ ମନ ସ୍ମୃତି ହଜିଯାଉ
ହୃଦୟ ଭିତରେ...
କେତେ ବା ଜଳିଵ ମନ ବିନା ଜାଳେଣି ରେ
କେତେ ବା ଭିଜିଵ ସେ ବିନା ଵରଷାରେ
କେତେ ଆଉ ରଙ୍ଗାଇଵ ଫଗୁଣ ନାହିଁ
କେତେ ଆଉ ଛାତି ଥରିବ ଏ ପରା
ସହଜେ ଶୀତ ସରିନାହିଁ...
ଆଜିର ସିନ୍ଦୂର ପରା ସ୍ମୃତି ଠୁ ଉଜ୍ଜ୍ୱଳ
ହୃଦୟେ ପୁଲକ ମନ ରେ ଦିଏ ବଳ...
ସେ ରଙ୍ଗ ଠୁଁ ଏ ରଙ୍ଗ ଆହୁରି ରଙ୍ଗିନ
ଅତିତରୁ ବର୍ତ୍ତମାନ ପରା ମନ ନିଏ କିଣି..
ଅତିତଟା ଅତିତ ରେ ରହିଯାଉ
ସ୍ମୃତି ସବୁ ସୁନା ଫୁଲ ହୋଇ ଫୁଟିଥାଉ
ଏବେ ମୋ ବଗିଚାରେ କେତେ ଯେ
ଗୋଲାପ ଫୁଟିଛି..
ସେ ବାସରେ ମୋ ଅଗଣା ବାସୁଛି....
ସ୍ମୃତି ତୁ ଆସେନି ମନେ ଆଉ...
ଗୋଲାପ ଫୁଲ ତୋଳି ଏ ମନ ମୋ
ଗୋଲାପି ହୋଇଯାଉ.......ସ୍ୱର୍ଣ୍ଣ 🌹♥️
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ