କବିତା · ନଭେମ୍ବର ୧୩, ୨୦୨୦ · ୨ ମିନିଟ୍ ପଢ଼ା
ସ୍ମୃତି ୬୦....
ସ୍ମୃତି ର ଫଗୁଣ
ମନେ ପଡେ..
ଏଇ ଶୀତ ଥରଥର ମନେ...
ଆଜି ସିନା ଅପରାହ୍ନ
ଏ ଜୀବନରେ...
ତଥାପି ଫଗୁଣ ଆସିଥିଲା
ଅତିତରେ ଦିନେ
ସେ ଦିନ ତୁମେ ଆସିଥିଲ
ଫଗୁଣ ରଙ୍ଗରେ..
ଫୁଟିଥିଲା ନାନା ଫୁଲ
ମନ ବଗିଚାରେ.....
ତୁମେ ପ୍ରଜାପତି ହୋଇ
ଖୋଜୁଥିଲ ଫୁଲ..
ମଳୟ ବାଆ ରେ ଚହଟୁ ଥିଲା
ତୁମ ମନ.....
ସେ ଫଗୁଣ ମେଲିଥିଲା ରଙ୍ଗ
ର ପସରା
ଫୁଟିଥିଲା ଲକ୍ଷେ ଗୋଲାପ
ପାଖୁଡା..
ଗୋଲାପି ମନ ନେଇ ତୁମେ
ଆସିଥିଲା ସାଥୀ..
ହୃଦୟ ସିଲଟ ରେ ଦେଲ ତୁମ
ନାମ ଲେଖି....
ଫଗୁଣ ଦୋଳିରେ ଝୁଲୁଥିଲା
କେତେ ମିଠା ସପନ....
ମଲ୍ଲି ଫୁଲ ପରି ଚହଟୁ ଥିଲା
ଏମନ....
ସାଧା କାଗଜରେ ରଙ୍ଗ ର
ତୁଳି ଧରି.....
ଦେଲ ସୁନ୍ଦର ଛବି ଆଙ୍କି
ଫଗୁଣ କୁ ରଖିଥିଲ ସାଖି..
ପ୍ରେମ ପକ୍ଷୀ ପରି
ଯାଉଥିଲେ ଏଣେ ତେଣେ ଉଡି
ହଜିଲା ଅତିତଟିଏ
ଗଲା ଆଜି ମନେ ପଡି...
କାଲି ପରି ଲାଗେ ହଜିଲା
କେଉଁଠି ସେ ଜୀବନ.....
ଆଜି ଯେ ହୃଦୟ ରେ ବିରାଟ
ଶୂନ୍ୟ ସ୍ଥାନ...
ସବୁ କିଛି ଆଜି ସ୍ମୁତି
ସେ ତ ହଜିଛି କେଉଁଠି..
ଦୂର ଦିଗ୍ ବଳୟ ତଳେ..
ବା ଅଧା ଲେଖା କାହାଣୀ ରେ.......
କି ଭାସିଛି କାଳର ସ୍ରୋତରେ
ନା ସମୟର ଲୁଚକାଳି ଖେଳରେ..
ଅବା ଖିଆଲି ମନର ବେଖିଆଲି
ସ୍ରୋତ ରେ....
ବେଳେ ବେଳେ କିଛି ଆସେ
ଏହି ସ୍ମୃତି ଭିଜା ମନେ..
.ଏବେ ତ ଅପରାହ୍ନ ...
ଆଖି ରେ ନାହିଁ ଆଉ ସପନ
କୋରଡ ଆଖି ତଳେ ବେଳେ ବେଳେ
କା ରୂପ ଦେଖାଯାଏ...
ସେ କେହି ନୁହେଁ ଖାଲି ସ୍ମୃତି ଟିଏ
ହଁ ଅତିତର ପ୍ରିତିଟିଏ..♥️🌹. ସ୍ମୁତି...
ସ୍ୱର୍ଣ୍ଣ.................!
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ