କବିତା · ଅପ୍ରେଲ ୧୧, ୨୦୨୩ · ୨ ମିନିଟ୍ ପଢ଼ା
ବେଳାଭୂମି ୪
ବେଳାଭୂମି ରେ ଆଜି ମୁଁ ଖୋଜେ
ତୁମ ପାଦ ଚିହ୍ନ..
ଅସ୍ପଷ୍ଟ ବାଲି ରେ ଖୋଜୁଛି ତୁମକୁ
ଓଦା ଓଦା ଏଇ ମନ...।
ହଜିଗଲା ସ୍ମୃତି ଲହରୀ ନେଇଗଲା
ଧୋଇ ଦେଇ
ଆତୁର ଏମନ ଚାହିଁଛି ସାଗରକୁ
ଆଖି ପାଉନାହିଁ।
କେଉଁଠି ଖୋଜିବି ହଜିଲା ଅତିତ
କିଛି ଚିହ୍ନ ତ ନାହିଁ..
ଏମନ ଆଜି କାହିଁ ଭାରି ଭାରାକ୍ରାନ୍ତ
ସାଥୀ ତୁମ ପାଇଁ।
ମନେ ପଡିଯାଏ ସେଇ ଅତିତ ଟା
ଆସନ୍ତା କି ଥରେ ଫେରି
ହୃଦୟ ବେଳାଭୂମି ଉଛୁଳି ଉଠନ୍ତା
ନୀରବତା ଭଙ୍ଗକରି।
କାହିଁ କେତେ ଦୂର ଅତିତ ଟା ମୋର
ପାଉନି ଏ ଆଖି
ସେଦିନ ସ୍ମୃତି ଖାଲି ଏଇଠି ଯେ ଅଛି
ଏ ବେଳାଭୂମି ସାଖି..।
କହରେ ବେଳାଭୂମି କେତେ ଦୂରେ
ମୋର ସାଥୀ
ଯାଇ କି ପାରିବି ସାଗର ଵୁକୁରେ ତା
ପାଖକୁ ମୁଁ ଭାସି..।
ଭାରି ମନେ ପଡେ ବେଳେବେଳେ ସେ
ଏଇ ଦରସିଝା ଜୀବନରେ
ଏତେ ଵଡ ଦୁନିଆରେ ଏକା ତ ନିଜର
ଏମନ ତାକୁ ଝୁରେ।
ତା ବିନା କାହିଁକି ଏଇ ଜୀବନ ଭାରି
ବେସାହାରା ଲାଗେ..
ସାହାରା ଵନି ଆସ ହେ ସାଥୀ ମୋର
ତୁମ କଥା ଏମନ ଭାବେ..।
ଜୀବନ ର ଚଲାପଥେ ଆସନ୍ତି କେତେ
ଯେ ଜନ
କାହିଁକି ଜଣକୁ ଝୁରେ ନିତି ଏଇ ମୋ
ଅବୁଝା ମନ...।
କ୍ଷତ ଟିଏ ମୋ ହୃଦୟ ରେ ତୁମ ପାଇଁ
ସାଥୀ ଗଲା ରହି
ଶୂନ୍ୟ ଏ ମନର ମନ୍ଦିର କେହି ସେ ଯାଗା
ନେଇ ପାରିବେ ନାହିଁ .।
ଯେବେ ଆସିବି ଏ ବେଳା ଭୂମିକୁ ତୁମ
କଥା ପଚାରିବି
କହୁ କି ନାହୁଁ ମୋ ମନ କୁ ମୁଁ ନିଜେ
ଵୁଝାଉ ଥିବି
ସ୍ୱର୍ଣ୍ଣ ଲତା ଲେଙ୍କା ଯାଜପୁର ଜିଲ୍ଲାର
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ