କବିତା · ଅପ୍ରେଲ ୨୭, ୨୦୨୩ · ୨ ମିନିଟ୍ ପଢ଼ା
ବେଳାଭୂମି ୬
ଜୁଆର ଆସି ଯେମିତି ଫେରୁଥାଏ
ମୋ ମନର ଭାବନା ସେମିତି ତୁମ
ପାଇଁ ଆସି ଫେରିଯାଏ....
କେତେ ଜୁଆର ଆସି ତଥା ପିଟି
ପୁଣି ଫେରିଯାଏ
କାହିଁକି ଆସି ପୁଣି ଫେରୁଥାଏ
କେହି ତ ପଚାରି ନଥାଏ।
ଖୋଜିବାକୁ ଆସେ ନିତି ସାଥୀ କୁ
ନ ପାଇ ଫେରି ଯାଏ ଲୁଣି ଲୁହ
ପିଇବାକୁ...
କେତେ ଆଉ କାନ୍ଦିବ ଗର୍ଜନ କରି
ଵୁଝିଲାନି ସାଥୀ ମନ କଥା ତାହାରି ।
କ୍ଷତାକ୍ତ କେତେ ଯେ ଏ ବେଳାଭୂମି
ଓଦା ବାଲି ଶେଯେ ଶୋଇଥାଏ
ତଥାପି ଫେରାଇ ପାରେନା ସାଥୀ କୁ
ଲହରୀ କୁ ଚାହିଁ ଥାଏ..।
କହ ରେ ବେଳାଭୂମି !କେତେ ଯନ୍ତ୍ରଣା
ଏ ଦଗାଦିଆ ପ୍ରେମରେ
କାହିଁକି ତୁଛା ଭାବନାରେ ବୁଡାଇ ମାରେ।
ତୋ ପରି ମୁଁ କ୍ଷତାକ୍ତ ମୋ ଭାବନାରେ
ମୋ ଯନ୍ତ୍ରଣା ର ଉପସମ ନାହିଁ ବୋଲି
ତୋ ପାଖକୁ ଆସେ ବେଳେବେଳେ।
ତୋପରି ମୁଁ ଓଦା ଓଦା ହୁଏ ନିତି ମୋ
ଆଖି ଲୁହରେ..
ମୋ ଲୁହ ମିଶିଯାଉ ଏଇ ସାଗର ର
ଲୁଣି ଲୁହ ରେ...
କହରେ ବେଳାଭୂମି ତୁ କି ଭୂଲିପାରୁ
ତୋ ବେଦନାକୁ
ସେଥିପାଇଁ ସିନା ତୁ ଭଲ ପାଉ ଏଇ
ଓଦା ଓଦା ବାଲିକୁ।
ଯିଏ ଚାଲିଯାଏ ଭାଙ୍ଗି ସ୍ୱପ୍ନ ର ବାଲିଘର
ସେ କି ଫେରିବ ଆଉ ଆଣି ଶହେ ଫଗୁଣ
କୋଇଲି ପରି ମୁଁ ଝୁରେ ସେଇ ଫଗୁଣକୁ
ଵେଦରଦୀ ସାଥୀ ବୁଝିଲାନି ମୋ ମନକୁ
ରାତି ପାହିଯାଉ ପଛେ ଚାହିଁ ଲହରୀ କୁ
କାହିଁକି ଭଲ ଲାଗେ ତା ବାଟ ଚାହିଁ ବାକୁ
ଦୂରେ ଦୂରେ ବହୁ ଦୂରରେ କେତେ ଦୂରେ
ତଥାପି ଇଛା ଛୁଇଁ ବାକୁ ଇଛା ସାଥୀ ଥରେ।
ଆସନ୍ତା କି ଥରେ ଫେରି ଲହରୀ ସାଥିରେ
ପୋଛି ଦିଅନ୍ତା ଲୁଣି ଲୁହକୁ ତା ପାପୁଲିରେ
ଏ ମନର ବେଦନା ତାପାଇଁ ଛାତି ଭିତରେ
ଦୁଇଟି ହୃଦୟଏକା ହୁଅନ୍ତା ସାଗର ଵୁକୁ ରେ।
ତୋପରି ଚାହିଁବି ଯୁଗ ଯୁଗ ସାଥୀ କୁ ମୋର
ଯେବେ ଆସିବ ତୋଳିବୁ ସ୍ୱପ୍ନ ର ବାଲିଘର
ନେଇ ଯାଉ ଲହରୀ ଧୋଇ ଦେଇ ଦୁଃଖ ନାହିଁ
ନିତି ଭାଙ୍ଗି ନିତି ଗଢିଵୁ ଇଛାର ତାଜମହଲ
ତୋ କୂଳେ ସବୁଦିନ ପାଇଁ। ସ୍ୱର୍ଣ୍ଣ ଲତା ଲେଙ୍କା ଯାଜପୁର...
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ