କବିତା · ଜୁନ ୫, ୨୦୨୩ · ୨ ମିନିଟ୍ ପଢ଼ା
ବେଳାଭୂମି ...୧୧
ଲୁପ୍ତ ସବୁ ସ୍ମୁତି ସିନା
ତୋ ଓଦା ବାଲିରେ
ଅନ୍ତର୍ଦାହ କେତେ ଛାତିରେ
ବୁଝିଲାନି ସାଥୀ ଥରେ..।
ତା ପାଇଁ ହାୟ !
କେତେ ମୁଁ ଜଳୁଛି
ଫଗୁଣ ରହିଛି ସାଖି
ତା ପାଇଁ କେତେ ମୁଁ
ଭିଜେ ଆଖି ତା'ର ସାଖି
କେତେ ଖୋଜେ ଏଠି
ଶାମୁକା ଭିତରେ ସ୍ମୁତି
ବେଳାଭୂମି ତା'ର ସାଖି।
ଓଦା ବାଲିରେ ଅସ୍ପଷ୍ଟ
ମୋର ପାଦ ଚିହ୍ନ...
ଭାଂଗି ଗଲା ହାତ ଗଢା
ବାଲି ଘର
ଭାଂଗି ଗଲା ଖଣ୍ଡ ଖଣ୍ଡ
ହୋଇ ହୃଦୟ ଟା ମୋର।
ଖୋଜୁଛି ନିତି ମୁଁ ମୋ ସ୍ମୃତି
ଏଇ ବେଳା ଭୁମି ଉପରେ
ସାଗର କୁ ମାଗେ ନିତି
ମୋ ହୃଦୟର ଠିକଣା
ଫେରାଇ ଦେବ କି ଥରେ।
ସାଖି ବେଳାଭୂମି ସାଖି ଏ
ସାଗର ର ଢେଉ
ସାଖି ଏ ଓଦା ବାଲିଶେଯ
ସାଖି ଏ ଆକାଶ ସାଖି ପବନ
ସାଖି ଏଇ ସଞ୍ଜ ବେଳ
ସାଖି ବି ଅଛି ପୁନେଇଁ ଜହ୍ନ।
ଆସିଥିଲି ବୁଲି ଦେଇଥିଲି ମନ
ହଜି ଯାଇଥିଲି ନୀଳ ଢେ଼ଉରେ
ମନ କଥା ଲେଖିଥିଲି ଏଇ
ଓଦା ଓଦା ବାଲି ପଠାରେ।
ହସୁଥିଲା ବେଳାଭୂମି ମୋ
ପାଗଳାମି ରେ
ହସୁଥିଲା ସାଗର ଚୁମି
ବେଳାଭୂମି ପରେ
ହସି ହସି ଭସାଇ ନେଲା
ମୋ ଆଶାର ତାଜକୁ
ନୀଳ ଢେ଼ଉରେ ମିଶାଇଲା
ଆଉ ଆସିବିନି କୂଳକୁ।
କହିଲା ହାତ ଠାରି ମୋତେ
ଯାଅ ଫେରି
ଏ ବେଳାଭୂମି କାହାର ସ୍ୱପ୍ନ ର
ଘର ରଖିନି।
ତା ଘର ତ ନିତି ଧୋଇ ଯାଏ
ସେ ଭିଜିଯାଏ ଦୁଃଖ ରେ
କେମିତି ରଖିବ ଆଉ କା ଘରକୁ
ସାଇତି ତା ଛାତିରେ... ସ୍ୱର୍ଣ୍ଣ ଲତା ଲେଙ୍କା ଯାଜପୁର
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ