କବିତା · ଜାନୁଆରୀ ୧୨, ୨୦୨୨ · ୨ ମିନିଟ୍ ପଢ଼ା
ରଙ୍ଗ ତୂଳୀ.୩
ଆସ ଚିତ୍ର କର ଅପେକ୍ଷାରେ ତୁମ
ଧର ରଙ୍ଗ ତୂଳୀ..
ଆଙ୍କି ଦିଅ ଭଗ୍ନ କୋଣାର୍କ ର ଏକ
ନଗ୍ନ ଚିତ୍ର ହୃଦୟ ଦରଦ ଭରି..
ଶିଳ୍ପୀ ମନର ବିରହ ବେଦନା ଦିଅ
ସେଥିରେ ଭରି.....
କାମନା ବାସନା ପ୍ରେମ ପ୍ରଣୟ କୁ
ଫୁଟାଅ ଜୀବନ୍ତ କରି..
ଵେପଥୁ ହୃଦୟ ରେ ଦିଅ ତୁମେ
ମମତାର ରଙ୍ଗ ବୋଳି...
କେତେ ପ୍ରେମୀ ଆତ୍ମା ଶାନ୍ତି ଲଭୁ
ଦେଖି ତୁମ ରଙ୍ଗ ତୂଳି...।
ଆସ ଚିତ୍ର କର ଆଙ୍କି ଦିଅ ତାତମହଲର
ଏକ ଛବି..
ସପ୍ତାଶ୍ଚର୍ଯ୍ୟ ରେ ତାତମହଲ ଗଣା
ଅଟେ ପ୍ରେମ ର ସ୍ମାରକୀ..
ଗାଢ଼ ରଙ୍ଗରେ ଦିଅରଙ୍ଗାୟିତ କରି
ପ୍ରେମ ଆହୁରି ଗାଢ଼ ହୋଇ ଯାଉ ଠିକ୍
ମମତାଜ ଶାହାଜାହାନ ପରି....
ଯୁଗେ ଯୁଗେ ପ୍ରେମ ହେଉ ଅମର ପ୍ରେମୀ
ଆତ୍ମା ପାଇଁ..
ଯିଏ ଦେଖୁ କହୁ ହେ ଶିଳ୍ପୀ ଅମର ହେଉ
ତୁମ ରଙ୍ଗ ତୂଳୀ ...।
ଆସ ଚିତ୍ର କର ଅପେକ୍ଷାରେ ତୁମ
ଧର ରଙ୍ଗ ତୂଳି..
ଆଙ୍କି ଦିଅ ଏକ ପ୍ରେମୀ ଯୁଗଳ
ଯେତେ ରଙ୍ଗ ଅଛି ଦିଅ ଭରି.....
ଦୁହେଁ ଚାହିଁ ଥିବେ ଦୁହିଁଙ୍କୁ କେବଳ
ଅପଲକ ନୟନରେ..
ଜଣଙ୍କ ଭାଷା ଜଣେ ବୁଝିଵ ଆଖିରେ...
ପ୍ରିତିର ଝରଣା ବୋହି ଯାଉଥିବ
ଦୁଇଟି ହୃଦୟ କୁ ଛୁଇଁ...
ସବୁଜ ସବୁଜ ମନରେ ତାଙ୍କର
ଵୋହିଯିବ ପ୍ରେମ ନଈ..
କାମନା ବାସନା ନଥାଉ ମନରେ
ଭୋଗରେ ନରହୁ ପ୍ରେମ ଥାଏ ତ୍ୟାଗରେ..
ଆଗରୁ କେବେ ଦେଇନ ଥିବେ କିଏ
ସେପରି ରଙ୍ଗ ଦେବ ବୋଳି..
ଦୂରେ ଦୂରେ ପ୍ରେମ ଭାରି ମିଠା ମିଠା
ଛୁଇଁ ଦେଲେ ଯାଏ ସରି....
ଆଖିରେ ଦେବ ଆଖିଏ ସପନ ଯୁଗ ଯୁଗ
ପାଇଁ ଥିବ ରହି....
ଓଠରେ ଦେବ ମହୁଲି ମହୁଲି ହସ
ହସୁଥିଵେ ଖାଲି ଦୁହିଁ...
ବିରହ ବେଦନା ଦେବନି କେବେ ହେ ଚିତ୍ର କର
ଆଙ୍କି ଦିଅ ଏମିତି ପ୍ରେମିକ ଯୁଗଳ
ଧର ରଙ୍ଗ ତୂଳୀ ଧର......
ଯିଏ ଦେଖିବେ କହିବେ ତୁମକୁ
ଧନ୍ୟ ହେ ଶିଳ୍ପୀ!
ଧନ୍ୟ ତୁମ ର ରଙ୍ଗ ତୂଳି.......।
ଡ଼ ସ୍ୱର୍ଣ୍ଣ ଲତା ଲେଙ୍କା ଯାଜପୁର ❤️
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ