କବିତା · ଜାନୁଆରୀ ୨୯, ୨୦୨୨ · ୨ ମିନିଟ୍ ପଢ଼ା
ସ୍ମୃତି ୭୭
ଏମିତି ଆସେ ଏଣୁତେଣୁ ଭାବନାରେ
ଖେଳୁଥାଏ ସଦା ମନ ଅଗଣାରେ
ସ୍ମୃତି ଭୂଲି ହୁଏ ନାହିଁ କାହିଁ ଜୀଵନରେ
ସ୍ମୃତି ସକାଳର ଶୀତ ଶୀତ ସିହରଣ
ସ୍ମୃତି ମନ ତଳେ ଏକ ମିଠା ଆବରଣ
ସ୍ମୃତି ଛାତି ତଳର କୁହୁଳା କିଛି କଥା
ସ୍ତୁତି ଜୀବନ ର ଦେହ ଲିଭା କିଛି କଥା
ସ୍ତୁତି ଦେଇ ପାରେ ସୁଖ ଅବା ଦୁଃଖ
ସ୍ମୃତିଆସିବାରେ ତଥାପି ଭିନ୍ନ ଅନୁଭଵ
ସ୍ମୃତି ନିଏ ଭିନ୍ନ ଏକ ଇଲାକା କୁ ଟାଣି
ସ୍ମୃତି ଦିଏ ପ୍ରେମର ଅବିର ହୃଦୟେ ଵୁଣି
ସ୍ମୃତି ଗୁମୁରୁଥାଏ ଛାତି ତଳେ ନିତି ନିତି
ସ୍ମୃତି ଦରଦୀ ମନର କୋହରେ ହୁଏ ଭର୍ତ୍ତି
ସ୍ମୃତି ଏ ମଧ୍ୟାହ୍ନ ଡହଡହ ଖରାର ତାତି..
ସ୍ମୃତି ରହି ରହି ଜଳେ ଛାତି ତଳେ ନିତି
ସ୍ମୃତି ଗହନ ମନତଳର କିଛି କିଛି କଥା
ସ୍ମୃତି କେବେ ଖୁସି କେବେ ଦିଏ ବ୍ୟଥା
ସ୍ମୃତି ଶୈଶବର ଵୋହୂଚୋରି ଖେଳପରି
ସ୍ମୃତି ଅନୁଭଵ କିଛି ମିଠା ଯୈ।ବନ ପରି
ସ୍ମୃତିହସେ ଆସି ଓଠ ତଳେ ବେଳେବେଳେ
ସ୍ମୃତି କାନ୍ଦୁଥାଏ ଆଖି ପତା ତଳେ ତଳେ
ସ୍ମୃତି ଅଭୁଲା ସ୍ୱର ଟିଏ ଏଇ ହୃଦୟ ର
ସ୍ମୃତି ଜୀବନ ର ଅନୁଭୁତିଆଉ ଅନୁଭବ
ସ୍ମୃତି ଝଲକ ଟିଏ ଚପଳାର ମେଖଳା ପରି
ସ୍ମୃତି ଶୀତ ସକାଳ ର କୁହୁଡି ର ଧୂଆଁ ପରି
ସ୍ତୁତି ଆମ ପହିଲି ପ୍ରୀତିର ମୂକ ସାକ୍ଷୀ
ସ୍ମୃତି କୁଆଁରୀ ଆଖିର ଅକୁହା କାହାଣୀକୁ
ସ୍ମୃତି ଲାଗେ ଯୈ।ବନର ସୁନା ଚାନ୍ଦ ପରି
ସ୍ମୃତି କନ୍ଦାଇ ଯେତିକି ହସାଏ ସେତିକି
ସ୍ମତି ନିଦୁଆ ଆଖି ପତାରେ ଝଲକ ଟିଏ
ସୈ ଝଲକରେ ମନ ମୋହି ହୋଇ ଯାଏ
ସ୍ୱର୍ଣ୍ଣ ଲତା ଲେଙ୍କା ଯାଜପୁର
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ