କବିତା · ଅଗଷ୍ଟ ୭, ୨୦୨୨ · ୨ ମିନିଟ୍ ପଢ଼ା
ସ୍ମୃତି....୮୦
ଏମିତି କିଛି କିଛି ଭିଜା ସ୍ତୁତି
ଆସେ ଵେଳେ ବେଳେ..
ଏକଲା ପଣରେ ....
ଚାରି କାନ୍ଥ ର ଆବଦ୍ଧ ମନରେ
ମହକାଇ ହୃଦୟ କନ୍ଦରେ.....।
ସାଥୀ! ଭୂଲି ବି କେମିତି ....
ପ୍ରୀତି ଛୁଆଁ ତ ଲାଗେ ଏମିତି..
ପହିଲି ଫଗୁଣରେ ପହିଲି ପ୍ରୀତି
ଅପରାହ୍ନ ରେ ଵାସି ଫୁଲ ବାସେ
ଯେମିତି......
ଭୂଲି ହୁଏ କି ଅଭୁଲା ସ୍ମୃତି
ଝୁମି ଝୁମି ଆସେ ଫଗୁଣ ଯେମିତି...।
କାଲି କାଲି ଲାଗେ ଆଜି ପଥ ବହୁଦୂର
କେବେ ସରିଗଲା ଏ ଜୀବନେ ଫଗୁଣ
ମନେ ନାହିଁ ସାଥୀ ଆଜି ଏ ଅପରାହ୍ନ
ମୁହଁ ସଞ୍ଜ ହେଲାଣି ଆସିବ ଯେ ଅନ୍ଧାର
ଫୁଲ ମଉଳି ଗଲା ଛାଇ ଲେଉଟା ବେଳ
ତାଜା ତାଜା ଲାଗେ କାହିଁ ସ୍ମୃତି ଫୁଲ।
ସବୁ ଭୂଲି ଯାଏ ଏମନ ତୁମକୁ
ଭୂଲି ନାହିଁ
ଏକା ଏକା ଥିବା ବେଳେ ସ୍ମୃତି
ଆସେ ଧାଇଁ
ନୀରିହ ମନକୁ କ୍ଷତାକ୍ତ କରେ
ମନ ଇଚ୍ଛା
ଛାତି ଭିତରେ ଫୁଟାଇ ଯାଏ
ଖାଲି କଣ୍ଟା....।
ତଥାପି ଭାରି ଭଲ ଲାଗେ ମୋତେ
ତୁମେ ଆସ ବୋଲି..
ନଥାଉ ଫଗୁଣ ଯାଉ ସେ ଚାଲି .....
ଭିଜିବା ଆଜି ଶ୍ରାବଣ ଛୁଆଁ ପାଇ....
ମନ ବେଳାଭୂମି ରେ ବୁଲି ଯିବା
ପ୍ରୀତି ଗୀତ ଗାଇ ଗାଇ......।
ଭଲ ଲାଗେ ନୀରବତା ରେ ହଜି
କିଛି ଅତିତ ମନେ ପକାଇବାକୁ
ଭଲ ଲାଗେ ବାସି ହେଉ ପଛେ
ସ୍ମୃତି ଫୁଲ ସାଉଁଟି ଆଣିବାକୁ....
ମହୁଲ ଫୁଲ ପରି ବାସେ ମହମହ
ସେ ତୁମେ ଆଉ କେହି ନୁହଁ.... 🌹
ସ୍ୱର୍ଣ୍ଣ ଲତା ଲେଙ୍କା
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ