କବିତା · ନଭେମ୍ବର ୩, ୨୦୨୧ · ୨ ମିନିଟ୍ ପଢ଼ା
ସ୍ମୃତି..୭୨
ସ୍ମୃତି ତୁମେ...
ବହୁତ ଦିନ ପରେ ମନେ ପଡିଗଲ ଆଜି
ତୁମେ ଥାଅ ମୋ ଭାବ ପ୍ରବଣତା ରେ ହଜି..
ତୁମେ ତ ଆସ ହଠାତ୍ ଖିଆଲି ମନର
ଵେଖିଆଲି ସ୍ରୋତରେ..
କ୍ଲାନ୍ତ ମନ ଆଉ ଅବଶ ଦେହକୁ ଟିକେ
ଶୀତଳାଉ ଥିବା ବେଳେ...
ମନର ଦରଜ କୁ ଟିକେ ସ୍ନେହର ମଲମ
ଖୋଜିଲା ବେଳେ..।
ନ ଖୋଜିଲେ ବି ତୁମେ ହିଁ ଆସ ମନର
ଦରଜାକୁ ଜୋର୍ ରେ ଧକ୍କା ଦେଇ.
ବୁଢିଆଣୀ ଜାଲପରି ଭାବାନାକୁଦିଅ ଗୁଡାଇ
ହୃଦୟ ର କୋହକୁ ଛାତିରୁ ତରଳାଇ
ଭିଜାଅ ଚିବୁକକୁ ଲୁଣି ତତଲା ଲୁହ ରେ
ପୁଣି ମନେ ପକାଅ କିଛି ଖୁସି ଅନୁଭୁତି
କାହାର ଆଦର ଆଉ ସ୍ନେହରେ ବୁଡିଯାଏ
କିଛି ସମୟ ହେଉ ପଛେ
ହଜିଯାଏ ଅତିତର ସେ ପିଲା ଦିନରେ।
ମୁଁ ସତେ ଫେରିଯାଏ ସେଇ ବୟସକୁ...
ଭାରି ଭଲ ଲାଗେ ସେ ସମୟର କଥା
ଦୁଃଖ ଭିତରେ ସୁଖ, ଲୁହ ଭିତରେ ହସ
ନିଜର ଆତ୍ମିୟ ଗହଣରେ ହଜିଯିବାର ମଜା..
ତୁମେ ତ ଏମିତି ଚଇତର ଚୈତାଳୀ
ଜାଳିଦିଅ ମନକୁ..
ପୁଣି ଆସ ଫଗୁଣ ର ଫଗୁ ବୋଳି
ହସାଅ କୃଷ୍ଣ ଚୂଡା ପରି ମନକୁ...।
ତୁମେ ତ ଭିଜାଅ ଶ୍ରାବଣରେ ହୋଇ ଶ୍ରାବଣୀ
କିଏ କଣ ତୁମକୁ ଛାଡି ରହିପାରିଲାଣି..
ସତ କହିବି ମୁଁ ହଜିଯାଏ ବେସ୍ କିଛି ସମୟ
ତୁମ ସାଥୀରେ...
ହଠାତ୍ ଚମକି ଉଠେ କର୍ତ୍ତବ୍ୟ ଡାକରେ
ମୁଁ ଏବେ କର୍ତ୍ତବ୍ୟ ବୋଝରେ ଆଣ୍ଠେଇ
ପଡ଼ିଥିବା ନାରୀ ଟିଏ
ବ୍ୟସ୍ତ ତା ଭିତରେ ଅଣନିଃଶ୍ବାସୀ ମଣିଷ ଟିଏ।
ମୋତେ ତ କିଛି କରିବାକୁ ହେବ
ମୁଁ ସ୍ମୃତି ହେବା ପାଇଁ ଆଉ କାହା ହୃଦୟ ରେ..
ହଁ ସ୍ମୃତି ଖାଲି ରହିଯାଏ ହୃଦୟ ର ଡାଏରୀରେ
ଆସେ ମନର ଝରକା ଡେଇଁଲୁଚି ଛପି
ଫେରିଯାଏ ତରତର ହୋଇ ....
ଏକ ଅନୁଭଵ ଅଙ୍ଗେ ଲିଭାଇଥିବା ଅନୁଭୂତି .।
ସେ ସ୍ମୃତି...ସ୍ୱର୍ଣ୍ଣ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ