କବିତା · ନଭେମ୍ବର ୨୪, ୨୦୨୩ · ୨ ମିନିଟ୍ ପଢ଼ା
ସମ୍ପର୍କ...(୧୦)
ଏଇତ ସମ୍ପର୍କ ଟାଣି ନିଏ
ଅନେକ ଦୂରକୁ ..
ଛୁଇଁ ଯାଏ ଢେଉଟିଏ ପରି
ହୃଦୟ ବେଳାଭୂମି କୁ।
ଭାବ ବିହ୍ଵଳିତ କରି ଦିଏ
ମନର ଆବେଗ କୁ
ମିଠା ମିଠା କରିଦିଏ ଏଇ
ଜୀବନ କୁ....।
ଶବ୍ଦ ର ଚୁମ୍ବକ ଟାଣି ନିଏ ..
ଏକ କରେ ଦୁଇଟି ହୃଦୟ
ମମତାର ବାରିଧି ରେ
ପ୍ଲାବିତ କରେ ଜୀବନ କୁ।
ନଥାଏ ମାନ ଅଭିମାନ
ଇର୍ଷା କି କାତରତା
ଖାଲି ଥାଏ ମନରେ ପ୍ରେମ
ଦୁଇଟି ଖିଆଲି ମନ
ଭାସିଯାଏ ମିଠା ମିଠା
ଆବେଗରେ....।
ଆଖି ଆଇନାରେ ଖାଲି
ସେଇ ଗୋଟିଏ ଛବି
ହୃଦୟ କାନ୍ଥରେ ଲେଖା
ଗୋଟିଏ ନାଁ
ସତରେ ଭଲ ଲାଗେ
ସେଇ ଶବ୍ଦ ଟି...।
ଏଇତ ସମ୍ପର୍କ ତୁମ ବିନା
ମୁଁ ର ମାନେ ନାହିଁ
ମୋ ବିନା ତୁମେ ଅଧୁରା
ନୁହେଁ କି?
ଜୀବନର ଯା ଆସ ରାସ୍ତା ରେ
କେତେ ଯେ ଆସନ୍ତି ଆଉ
ଫେରିଯାଆନ୍ତି
ହୃଦୟ ରେ ରହିଯାଏ ଜଣେ
ସେ ତ ତୁମେ..!।
ମୋ ମନ ପରଦା ରେ,ଏଇ
ଆଖି ଆଇନା ରେ
ଅଚିହ୍ନା ଏଇ ସହରରେ ସେଇ
ଚିହ୍ନା ମୁହଁ ଟିଏ ଥାଏ ମୋ
ପାଖେ ପାଖେ ..।
ଏଇତ ସମ୍ପର୍କ..
ଭଲ ଲାଗେ ତୁମ କଥା
ଭଲ ଲାଗେ ତୁମ ନୀରବତା
ଭଲ ଲାଗେ ତୁମ ଆଶ୍ୱାସନା
ତୁମ ସାନ୍ତ୍ୱନା...।
ସମ୍ପର୍କ ର ଦ୍ୱାହି ଦେଇ
ମୁଁ ହଜିଯାଏ ତୁମ ସ୍ପନ୍ଦନ ରେ
ତୁମେ ହଜିଯାଅ ଏ ଛାତିରେ
ମନ ସହ ମନମିଶିଯାଏ
ହୃଦୟ ସହ ହୃଦୟ ମିଶିଯାଏ
ଏ ଵନ୍ଚିବାର ଵାହାନା ତୁମେ
ଵନି ଯାଅ..
ତୁମେ ନ ଥିଲେ ମୁଁ ନାହିଁ ମୁଁ
ନଥିଲେ ତୁମେ.....।
ଅଜଣାରୁ ଜଣା ଅଚିହ୍ନା ରୁ ଚିହ୍ନା
ତାପରେ ତୁମେ ମୋ ନିଃଶ୍ୱାସ
ଆଉ ମୁଁ ରହିଗଲି ବିଶ୍ୱାସ ରେ
ଏଇ ତ ଆମ ସମ୍ପର୍କ....।
ଥିଲେ ଦୂରେ ଲାଗେ ପାଖରେ
ନୀରବତା ରେ ଅନେକ କଥା
କହି ଦିଅ..
ନୀରବ ଆଖି କୁ ଏକା ନିଃଶ୍ୱାସ
ରେ ପଢିଯାଏ..
ଏଇତ ଆମ ସମ୍ପର୍କ ..
ଚୁପି ଚୁପି ଛୁଇଁ ଦିଅ ମନକୁ
ଧୀରେ ଧୀରେ ମାପ ହୃଦୟର
ଗଭିରତା କୁ..
ଆସ୍ତେ ଆସ୍ତେ ଚାଲିଆସ ମୋ
ମନ ଅଗଣାକୁ
ଲୁଚି ଲୁଚି ଆଙ୍କି ଦିଅ ଝୋଟି
ବୁଣି ଦିଅ ପ୍ରେମ ଅବିର
ଚୁମି ଯାଅ ମଧୁମକ୍ଷୀ ପରି।
ଏଇତ ସମ୍ପର୍କ!
ସାହାରା ବନି ଯାଅ ହାତଧରି ପଥ
ଦେଖାଅ...
ଆଉ କ'ଣ ଯେ....
ଏଇତ ସମ୍ପର୍କ ଆମ ଭିତରେ..
ଆହା କି ମିଠା ସେ ରସ
ଵନ୍ଧୁତା ଠୁ ଭଲ ଆଉ ଦୁନିଆ ରେ
କଣ ବା ଅଛି. ସେ ସବୁଠୁ ଉର୍ଦ୍ଧ୍ବ ରେ...
ସ୍ୱର୍ଣ୍ଣ ଲତା ଲେଙ୍କା ଯାଜପୁର
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ