କବିତା · ନଭେମ୍ବର ୨୪, ୨୦୨୩ · ୧ ମିନିଟ୍ ପଢ଼ା
ସମ୍ପର୍କ ୧୦..
ଦୁଇଟି ମନ କୁ ବାନ୍ଧି ରଖିଥିବା ରଜ୍ଜୁ...
ମରିଯାଇଥିବା ମନରେ ଖିଣ ଆଶା ଟିଏ
ଯାହା ଥାଏ ମଣିଷ ସହ ମଣିଷ ର
ଏଇ ଟିକେ ମିଠା କଥା ଆଉ
କିଛି ସମବେଦନା ସାନ୍ତ୍ୱନା...
ମନଟା ଏମିତି ଅବୁଝା ଯେ ନିଜେ
ଜମା ଵୁଝେନି
କିଏ ନିଜର ହୋଇ ଵୁଝାଇଦେଲେ
ସେ ଵୁଝିଯାଏ....
ସେଇଠି ସମ୍ପର୍କ ର ସେତୁ ଗଢିଉଠେ..
କିଛି ନାହିଁ ଏଇ ବଞ୍ଚିବା ପାଇଁ ଟିକେ ସାହାରା
ସମ୍ପର୍କ ହୃଦୟ ର ଆବେଗ
କେତେ ବେଳେ କେମିତି କେଉଁଠି ବି
ଗଢିଉଠେ.. କାହା ସହ ...
ଏ ହୃଦୟ ଟା ଭାରି ବେସାହାରା
ନିଜ ସହ ନିଜେ ସାଲିସ କରି ମଣିଷ ବଞ୍ଚେ
ଚାଲୁ ଚାଲୁ ଏକଲା ପଣରେ ଥକିଯାଏ
କେହି ଯଦି ହାତ ଧରିବାକୁ ବଢ଼ାଇଦିଏ ହାତ
ସେଇଠି ସମ୍ପର୍କ ର ସେତୁ ଗଢିଉଠେ..।
ସମ୍ପର୍କ ବଞ୍ଚିବାର ଗୋଟିଏ ବାହାନା
କେତେ ଦିନ ପାଇଁ ପ୍ରତିଶ୍ରୁତି
ବିପଦ ରେ କେହି ଜଣେ ସାଥୀ
ଲୁହ ପୋଛିବା ପାଇଁ ଗୋଟିଏ ହାତ
ଭାରାକ୍ରାନ୍ତ ମନ କୁ ହାଲକା କରେ
ନୀରଵି ଯାଇଥିବା ଓଠରେ ହସ ଆଣେ
ଖୁସିକୁ ଦ୍ୱିଗୁଣିତ କରେ...
ଏମିତି ମଣିଷ ପାଇଁ ନିହାତି ଦରକାର
ଏଇତ ସମ୍ପର୍କ.. ଯେଉଁଠି
ମନ ପାଇଁ ମନ ଟିଏ ହୃଦୟ ପାଇଁ ହୃଦୟ ଟିଏ
ମିଳିଥାଏ..। ସ୍ୱର୍ଣ୍ଣ
Copyright reserved with SwarnalataLenka
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ