କବିତା · ନଭେମ୍ବର ୨୪, ୨୦୨୩ · ୨ ମିନିଟ୍ ପଢ଼ା
ସମ୍ପର୍କ..୯
ସମ୍ପର୍କ ତୁମ ମୋ ଭିତରେ
ଠିକ୍ ଆକାଶ ଆଉ ନୀଳିମା
ସାଗର ଆଉ ଲହରି...
ଚାନ୍ଦ ଆଉ ଚାନ୍ଦିନୀ..
ଫୁଲ ଆଉ ରଙ୍ଗ .....
ଶୀତ ଆଉ କୁହୁଡି.....
ମେଘ ଆଉ ମୟୁର....
ଆମ୍ବ ବଉଳ ଆଉ ଫଗୁଣ....।
ତୁମ ମୋ ସମ୍ପର୍କ...
ହୋଇପାରେ କେଉଁ ଏକ
ଦୁର୍ବଳ ମୁହୂର୍ତ୍ତର...ତଥାପି
କିଛି ହୃଦୟ ର ଆବେଗ
ମମତାର ସେତୁ ଟିଏ...
ସମ୍ପର୍କ ର ମାନେନା ତୁମେ
ବୁଝାଇ ପାରିବ ନା ମୁଁ..
ତଥାପି ଦୁଇଟି ହୃଦୟ ର
ମିଠା ମିଠା ଅନୁଭଵ ସେ ..।
କେବଳ ଜଣଂକ ହୃଦୟ ରେ
ଆନ ପାଇଁ ସଦ୍ ଭାବନା
ସମ୍ପର୍କ ପ୍ରିତିର ଫୁଲଟିଏ
ଫୁଟେ ହୃଦୟ ବଗିଚାରେ...
ଜୋର୍ ଧରିଲେ ଛିଡ଼ି ଯାଏ
ହାଲ୍ କା ରେ ଖସି ଯାଏ
ଅବିଶ୍ୱାସ ରେ ତୁଟିଥାଏ
ବିଶ୍ୱାସ ,ସ୍ନେହରେ ରହିଯାଏ..।
ସମ୍ପର୍କ ମମତାର ଫଲ୍ଗୁ ଧାରା
ପବିତ୍ର ଗଙ୍ଗା ପରି ସ୍ୱଚ୍ଛ....
ସମ୍ପର୍କ ଏଠି ନଥାଏ ଛଳନା
ନଥାଏ ପରଶ୍ରୀକାତରତା
ସ୍ୱ।ର୍ଥ ଆଉ ଇର୍ଷା...
ଜଣଙ୍କ ଆଖି ର ଲୁହ ଆନ
ଆଖିରୁ ଝରିଯାଏ...
ଜଣଙ୍କ ହୃଦୟ ର ଭାଷା ଆନ
ଜଣେ ନୀରବରେ ପଢିଦିଏ..।
ସମ୍ପର୍କ ବିପଦ ଆପଦେ ଜଣେ
ଜଣଙ୍କ ର ସାହାରା ବନି ପାରେ
ସମବେଦନା ପରଷ୍ପର ରହେ...
ଯେଉଁ ସମ୍ପର୍କ ରେ ଆବିଳତା
ଛଳନା ,ସ୍ୱ। ର୍ଥପରତା ସେ
ସମ୍ପର୍କ ବହୁ କଷ୍ଟ ଦିଏ....। ସ୍ୱର୍ଣ୍ଣ
Copyright reserved with SwarnalataLenka
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ