କବିତା · ଅଗଷ୍ଟ ୭, ୨୦୨୦ · ୨ ମିନିଟ୍ ପଢ଼ା
ସ୍ମୃତି ...୩୬
ସ୍ମୃତି ଆସନି ଗୋ
ଏ ଓଦା ସର ସର ଦେହେ..
ଏ ଦେହ ପରା ମାରା ମୋର
ଧାରା ଶ୍ରାବଣୀ ଛୁଆଁ ରେ
ମନା କରୁ କରୁ ଛୁଇଁ ଦେଲା...
ମନ ଇଛା ଭିଜାଇଲା...
ତୁମକୁ ସେ ଡାକିଦେଲା...
ଓଃ ମନେ ପଡିଗଲା .....
ସେଇ ପହିଲି ଶ୍ରାବଣୀ ଛୁଆଁ
ସାଥି ତୁମ ସାଥେ ଜଳୁଥିଲା
ଦେହେ ନିଆଁ....
ଭିଜିଥିଲେ ମନ ଇଛା..
ଲାଗୁଥିଲା ଜୀବନ ନୂଆ ନୂଆ
ଭାରି ମଜା ଲାଗୁଥିଲା ସେ ଦିନ
ଆକାଶେ ଲୁଚି ଥିଲା ଜହ୍ନ
ଝିମ୍ ଝିମ୍ ଏମନ ଗାଢା ବର୍ଷାର
ଚୁମ୍ବନ...
ଦାଗ ଦାଗ କିଛି ମନ
ଭିଜା ଭିଜା କେତେ ରଙ୍ଗ ର ସପନ
ଧୋଇ ଦେଲା ସବୁ ଦାଗ
ଇନ୍ଦ୍ର ଧନୁ ଢାଳିଦେଲା ରଙ୍ଗ
ଭିଜୁଥିଲେ ଆମେ ଦୂହେଁ
ପାଖା ପାଖି ଥିଲେ କେତେ କିଏ
ତୁମେ ଆଉ ମୁଁ ଝରୁଥିଲା ସତେ
ସମ୍ପର୍କ ରେ ମହୁ..
ମିଠା ମିଠା ଭାରି ମିଠା
ସେ ଦିନର ସେ ବର୍ଷା ଛିଟା
ଓଃ...
ଆଜି କାହିଁ ଆସିଗଲ ତୁମେ ଯେ..
ଏତ ଅପରାହ୍ନ ଜୀବନର
ହଜିଗଲା ସେ ଭିଜା ଦେହ ଆଉ ମନ
ହଜିଗଲା ସେ ଉତାଳ ତରଙ୍ଗ ମନର
ଉଡି ଗଲା ସେ ଯୈ।ବନର ହଳଦୀ ବସନ୍ତ
ନାହିଁ ସେ ରଙ୍ଗ ର ଫଗୁଣ..
ସ୍ମୃତି ..! ତୁମେ ଯାଅ ଫେରି
ଏବେ ଯେ ଜୀବନ ର ଅପରାହ୍ନ...
ଶ୍ରାବଣ ପାଣିରେ ଆହତ ଏ ଦେହ ଆଉ ମନ .. ସ୍ୱର୍ଣ୍ଣ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ