କବିତା · ଅଗଷ୍ଟ ୭, ୨୦୨୦ · ୧ ମିନିଟ୍ ପଢ଼ା
ସ୍ମୃତି..୩୭
ସ୍ମୃତି ହୋଇ ରହିଗଲୁ
ତୁ ମୋର ଅଧା ଲେଖା ଚିଠି
ଦେଇ ପାରିଲି ସିନା ଆଜିଯାଏ
ହୃଦୟେ ରଖିଛି ସାଇତି....
ସେଥିରେ ଭରିଛି ମୋ ହୃଦୟ ର ଗୀତି
ଭାଵ ର ପିରତି...
ମନ ଖୋଲା କଥା ଆଉ ଆମ ସମ୍ପର୍କର
ଆରମ୍ଭ ଇତି..
ଆଜି ବି ସେ ଅତର ରେ ଚିଠି ମହମହ
ଵାସୁଛି......
ହେଲେ ଏ ଶ୍ରାବଣ ରେ ସେ ଭିଜି ଯାଇଛି
ତୁହା ତୁହା ବର୍ଷା ଛିଟାରେ
ଅତିତ.! କେବେଠୁ ଗଲାଣି ମୋତେ ଏକା କରି
ଆଜି ଏ ଅପରାହ୍ନ ରେ କଣ ଅଛି ଯେ...
ରୂପ ତ ମଉଳି ଗଲାଣି ମନ ଵି ମଉଳି ଗଲାଣି
ସୂର୍ଯ୍ୟ ଆସିମୁଣ୍ଡ ଉପରେ.... କିଛି ସମୟ ବାକି
ଡୁବିଯିବାକୁ....
ଚିଠି ଟି ଆଜି ବି ସାଇତା ହୃଦୟ ସିନ୍ଧୁକ ରେ
ସ୍ମୃତି ହୋଇ ପଡ଼ିରହିଛି ସେ ମନ କଥା ସବୁ
ଏଵେ କହି ଲାଭ କଣ ହେବ ଯେ ...
ଆଉ କଣ ଅଛି ସେ ଚପଳତା , କନ କନ ମନ
ସେ ଛନଛନ ଚେହରା...
ଖାଲି ଦରସିଝା ମନଟା ଦହଗଞ୍ଜ କରୁଛି.. ଏ
ଅପରାହ୍ନ ରେ . ସେ ସଵୁଜ ଲଫାପା ରେ ଆଜି ବି
ସାଇତା ସେ ଚିଠି ତୁମରି ସ୍ମୃତି ରେ...
ପଢି ନେବ ଥରେ ଜୀବନର ସନ୍ଧ୍ୟା ବେଳରେ.
. ଡ଼ ସ୍ୱର୍ଣ୍ଣଲତା ଲେଙ୍କା ଯାଜପୁର
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ