କବିତା · ଅଗଷ୍ଟ ୭, ୨୦୨୦ · ୨ ମିନିଟ୍ ପଢ଼ା
ସ୍ମୃତି ୩୨
ଏହି ଶ୍ରାବଣ ଭିଜା ସକାଳେ
କାହିଁ ତୁ ଆସୁ ସ୍ମୃତି ରେ...
ଭାରି ଅବୁଝା ମନ ମୋର
ଚାଲି ଯାଏ କାହିଁ କେତେ ଦୂର।
ଦିନେ ପ୍ରେମ ପକ୍ଷୀ ଦୁହେଁ ଉଡୁଥିଲୁ
ଆକାଶ ରେ
ଭିଜୁଥିଲୁ ଏ ଭିଜା ଭିଜା ଶ୍ରାବଣ ରେ
ଇନ୍ଦ୍ର ଧନୁ କୁ ଛୁଇଁ ଦେଇ ଆସୁଥିଲୁ ଫେରି
ଉଡ଼ିବାକୁ ଲାଗେ ମଜା ଭାରି...।
କଳା ବାଦଲ ର ଫାଙ୍କେ ହଜିବା କୁ
ଭାରି ଭଲ ଲାଗେ..
ମନ ସହ ମନ ମିଶି ଏକ ହୋଇ
ଉଡ଼ିବାକୁ ମଜା ଭାରି ଲାଗେ।
ଓଦା ଓଦା ମନରେ ଓଦା ଦେହରେ
ହଜୁଥିଲୁ ସପନ ଭିତରେ
ରଙ୍ଗ ବୋଳା ଆଖିରେ ଭାରି ମିଠା
ମିଠା ସପନ ଆସେ ରେ।
କିଛି କିଛି ମନ ହୁଏ କିଛି କିଛି ଦେହ ହୁଏ
କିଛି ସିହରଣ କିଛି ଅନୁଭୂତି ରହେ
ହଜିଗଲା ସୁନା ଝରା ଦିନ ସବୁ ଅତିତରେ
ଭିଜିଗଲା ଆଖି ଆଜି ଶ୍ରାବଣ ବର୍ଷା ରେ।
କେତେ ଦୂରେ ଉଡ଼ିଗଲା ଏକ ପ୍ରେମ ପକ୍ଷୀ
ଦିଗ ହଜା ହେଲା ସତେ ବାଟ ନ ଦେଖି
ଆଖି ପାଏନା କେତେ ଦୂରେ ପ୍ରେମ ଆଜି
କାହିଁ ସ୍ମୃତି ଆଜି ଭିଜାଉଛୁ ମୋର ଆଖି।
ସହଜେ ଭିଜେ ଏ ଜଗତ ଶ୍ରାବଣ ଛୁଆଁ ରେ
ମୁଁ ଆହୁରି ଭିଜି ଯିବି ସେ ପ୍ରିତି ବର୍ଷା ରେ
କାହିଁକି ଆସୁ ଦରଦ ଭରୁ ଏ ଦୁର୍ବଳ ଛାତି ରେ
ଭଙ୍ଗା ହୃଦୟ ଟା ଆହୁରି ଯିବ ଭାଙ୍ଗି ରେ।
କାହିଁକି ସକାଳ ଛୁଆଁ ରେ ସ୍ମୃତି ଆସିଯାଉ
ମରି ମରି ବଞ୍ଚିବା ମନ କୁ ଆହୁରି ମାରି ଦେଉ..
ମହୁ ମହୁ ଫଗୁଣ ଟା ସରିଗଲା ପରେ
ଏବେ ନିଆଁ ଲାଗେ ଉଦାସି ମନ ରେ...।
ଭିଜା ଭିଜା ସ୍ମୃତି କେତେ କୁହୁଳି ଜାଳୁଛି ଦେହକୁ
ଶ୍ରାବଣ ବର୍ଷା ବି କମ୍ ହୁଏ ସେ ବହ୍ନି ଲିଭିବାକୁ
ସ୍ୱର୍ଣ୍ଣ ଲତା ଲେଙ୍କା
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ