କବିତା · ଅଗଷ୍ଟ ୭, ୨୦୨୦ · ୨ ମିନିଟ୍ ପଢ଼ା
ସ୍ମୃତି ୨୮♥️🌹
ବିଦଗ୍ଧ ଅତିତ...!
ହେ ସ୍ମୃତି ତୁମେ ଆସନି ଏମିତି
କରନି ମନକୁ ମୋର ହଲ୍ ଚଲ
ଏହି ଜୀବନର ନିର୍ ଧୁମ ଖରାବେଳେ
ଧୁ ଧୁ ଜଳିଯାଉଥିବା ସଂସାର ଜଞ୍ଜାଳ
ଭିତରରେ ମୁଁ ଯେ ଅର୍ଦ୍ଧ ଦଗ୍ଧ....... ୧
ସ୍ମୃତି ଵୁଝୁନ କେମିତି...
ମୁଁ ପରା ଏବେ ଅନ୍ୟର ଇଛା ପଣତ
ରେ ବନ୍ଧା ଏକ ଅମୂଲ ଚିଜ..
ତାଙ୍କ ମମତାର କାନିରେ ଶତଗଣ୍ଠି
ରେ ଆବଦ୍ଧ
ମୁଁ ଶତଚେଷ୍ଟିତ ଫିଠାଇ ପାରୁନି ,ନାଚାର ମୁଁ......୨
ସ୍ମୁତି ତୁମେ ଯେ ମୋ ବିଦଗ୍ଧ ଅତିତ ଟିଏ
ପାଉଁଶ ତଳର ନିଆଁ ଏମନର ଆବେଗ
ତୁମେ ଆସ ତ ସଭିଙ୍କ ଜୀବନେ କିନ୍ତୁ
ଛାଡନି କାହିଁକି ଯେ,ଶାନ୍ତି କୁ କର ଭଙ୍ଗ...
କଣ ବଞ୍ଚିବାକୁ ଦେବନି ବାକି ଜୀବନ.......୩
ବାରମ୍ବାର ମୁଁ ଚାହେଁ ଭୂଲିଯିବାକୁ ଅତିତକୁ
ମୁଁ ଯେତେ ଚେଷ୍ଟା କରେ ତୁମକୁ ମୋ
ମନର ଦରଜା ପାଖରୁ ଫେରାଇ ଦେବାକୁ
ତୁମେ ସେତେ ଚାଲି ଆସ ମନର ଝରକା
ଡେଇଁ.. ମୋତେ କର ଆନ ମନା..୪
ତୁମେ କୁହ ସ୍ମୃତି !
ଅତିତ କଣ ଆସେ ଫେରି
ଫେରାଇ ଦେଵ ମୋ ସୁନା ଝରା ଅତିତକୁ
ନଦୀ କଣ ଫେରେ ପୁଣି ପର୍ବତ ପାଖ କୁ..
ତା'ର ସ୍ୱପ୍ନ ପା ସାଗର ସଙ୍ଗମ....୫
ଘଣ୍ଟା କଣ୍ଟା କଣ ଚାଲେ ପଛକୁ.. ନା
ସମୟ ତ ଅପେକ୍ଷା କରେନି କାହାକୁ..
ଆଗକୁ ମାଡ଼ି ଯିବା ତା ଧର୍ମ
ଯଦି ଫେରାଇ ଦେବ ତୁମକୁ ପା ଆଉ କେହି
କହିବେନି ସ୍ମୃତି ବୋଲି...୬
ଖାଲି ଜାଳିପାର ଅଦେଖା ନିଆଁ ରେ
ଛାତି ଭିତରେ ହୁତୁ ହୁତୁ ଜଳୁ ଥାଅ
ବାହାରେ ଖାଲି ଶ୍ମଶାନ ର ନୀରବତା ...
ମନଟା ଖାଲି ଵିହୋଳିତ ହୋଇଯାଏ
ନା ଅତିତ କୁ ଫେରିହୁଏ ନା ବର୍ତ୍ତମାନ
ଭଲ ରେ ବଞ୍ଚି ହୁଏ... ୭
ଆସନି ଆଉ ତୁମେ ଯେ ବିଦଗ୍ଧ ଅତିତ
ମନେ ପକାଇବାକୁ ଇଛା ନାହିଁ ମୋର...
ଯାଅ ଫେରି ସେଇ ଅତିତକୁ ହେ ବିଦଗ୍ଧ
ଏ ଅନୁରୋଧ ତୁମକୁ ମୋର ..💔 ସ୍ୱର୍ଣ୍ଣ
ସ୍ୱର୍ଣ୍ଣ ଲତା ଲେଙ୍କା ଇଵ୍ ଥର୍ମାଲ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ