କବିତା · ଜୁନ ୨, ୨୦୨୩ · ୧ ମିନିଟ୍ ପଢ଼ା
ବେଳାଭୂମି ୧୦
ବେଳାଭୂମି ପଚାରିଲା ନି
କାହିଁକି ଆସିଛୁ ବୋଲି
ସେ କାହୁଁ ଜାଣିବ ମୁଁ
ସ୍ମୃତି କୁ ଖୋଜୁଛି ଖାଲି..।
ସାଗର ଧୋଇ ଦେଇଛି
ମୋ ହାତ ଗଢା ବାଲି ଘର
ଲୁଣି ପାଣିରେ ଭାସିଗଲା
ରଙ୍ଗୀନ ସପନ ମୋର।
ତୁମେ ଆସିଥିଲ ଜୀବନର
ଖୋଜା ଖୋଜି ବେଳରେ
ହଜିଗଲ ତୁମେ ଆଜି ଏଇ
ଅପରାହ୍ନ ରେ।
ତଥାପି ଆସ ସ୍ମୃତି ଟିଏ ହୋଇ
ମୋ ମନ ର ବେଳାଭୂମି କୁ
ମୁଁ ଖୋଜୁଥାଏ ତୁମକୁ ସେଇ
ଓଦା ଵାଲି ରେ ତୁମର
ଅସ୍ପଷ ପାଦ ଚିହ୍ନ କୁ।
କେମିତି ଭୂଲିବି ମନେ ପଡେ
ସବୁ ଗୋଟି ଗୋଟି ହୋଇ
ତୁମେ ଚାଲିଗଲ ତୁମର ସିନା
ମନେ ନାହିଁ.......।
ଆସିବା ଯିବା ଗହଳି ଭିତରେ
ତୁମେ ଆସି ଫେରିଗଲ
ଫେରିଗଲ ବୋଲି ସ୍ମୂତି ହୋଇ
ଏମନରେ ଗାରଟିଏ ଟାଣିଦେଲ।
ମନ ବେଳାଭୂମି ରେ
ଲହରୀ ଆସେ ବାରଂବାର
ପ୍ରତି ଲହରୀ ରେ କ୍ଷତଵିକ୍ଷତ
ଏଇ ମୋ ହୃଦୟ ଘର ।
ସ୍ୱର୍ଣ୍ଣ ଲତା ଲେଙ୍କା ଯାଜପୁର
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ