କବିତା · ଅଗଷ୍ଟ ୮, ୨୦୨୪ · ୨ ମିନିଟ୍ ପଢ଼ା
୪ ଜୟ ଜଗନ୍ନାଥ 🙏🏼
ଶୀର୍ଷକ "ଥକା ମନ"
ସକାଳ ପ୍ରଣତି ଘେନ ହେ ନାଥ
ତୁମ ପୟରେ ମୁଁ ସମର୍ପିତ।
ଏ ଜୀବନ ତରୁଡାଳେ ନିତି କାନ୍ଦେ
କପୋତ ବାହୁନି ବାହୁନି..
ଜୀଵନ ନୈକା ରେ କାତମାରି ମାରି
ନାଉରୀ ଥକିଲାଣି ପୁଣି।
ବିଷମ ସମସ୍ୟା ଘେରରେ ଜୀଵନ
ଉଦ୍ଧାର ଉଦ୍ଧାର ଚକ୍ର ପାଣି
ତୁମ ବିନା ଆଗକୁ ପଥ ଦିଶୁନି ହେ
ପଥ ପ୍ରଦର୍ଶକ ! ନିଅ ହାତ ଧରି।
ସଂସାର ହାଟେ ନିତି ତେଲ ଲୁଣର
ସୈ।ଦା କିଣି କିଣି
ଥକି ଗଲାଣି ପାଦ ପ୍ରଭୁ ହେ ଆଉ
ପାରୁନି ଚାଲି।
ବନ୍ଧା ପଡ଼ିଛି ଜୀବନ ଏଇ ସଂସାର
ହାଟରେ
ମୁକୁଳି ପାରୁନି ପ୍ରଭୁ ହେ ବୁଡି ଗଲି
ସଂସାର ସାଗରେ।
ଅଣ୍ଟା ନଇଁ ଗଲାଣି ବୋହି ତୁମର ଏ
ସଂସାର ଭାର
ଏବେ ପାଞ୍ଚାଳୀ ପରି ଦୁଇ ହାତ ଟେକି
ଦେଲି ଶ୍ରୀକୃଷ୍ଣ ଉଦ୍ଧାର କର।
ମାୟାର ସଂସାର ଲୋଡ଼ା ନାହିଁ ଆଉ
ବୁଝିଲି ଏ ମିଛ ସଂସାର ତୁମର
ତୁମେ ନ ରଖିଲେ ପ୍ରଭୁ ହେ ଆଉ କିଏ
ନାହିଁ ରଖିବାକୁ ମାନ ମୋର।
ଭାରି କଷ୍ଟ ହୁଏ ଏଇ ଜୀବନର ଵୋଝ
ବୋହି ବୋହି
ହାଲୁକା କର ମାଧବ ଆତୁରେ ଡାକେ
ତୁମକୁ ମୁହିଁ।
ନାହିଁ ପୁଣ୍ୟ ବଳ ମୁଁ ଛାର ନାରୀଟିଏ
ତୁମ ଗଢା ସଂସାରେ
ଭାଂଗି ଯାଏ ମନ ହୋଇ ଖଣ୍ଡ ଖଣ୍ଡ କି
କରିବି ଛାମୁ ହେ।
ପଥ ଦିଶୁନାହିଁ ବୁଦ୍ଧି ଆସୁନାହିଁ କେମିତି
ଯିବି ଆଗକୁ କୁହ ନାଥ ହେ
ଶରଣ ପଶିଲି ତୁମ ଛନ୍ଦା ଚରଣ ରେ
ରଖ ଶ୍ରୀହରି ବାସୁଦେବ ହେ...।
ଡ଼ ସ୍ୱର୍ଣ୍ଣ ଲତା ଲେଙ୍କା/ଯାଜପୁର
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ