କବିତା · ସେପ୍ଟେମ୍ବର ୧୧, ୨୦୨୧ · ୨ ମିନିଟ୍ ପଢ଼ା
ତୁମେ ..୧୧
ତୁମେ ମୋ ଆଖିର ଏମିତି
ସ୍ୱପ୍ନ ଟିଏ...
ରଙ୍ଗିନ ନିଶାରେ ଟଳମଳ
କରେ ଯିଏ...
ନିଶାରେ ସରେ ଜହ୍ନି ଫୁଲିଆ
ମହୁଲି ରାତି....
ଭାଵି ଭଵି ସରିଯାଏ ଦିନ
ତମାମ ତାତି.
କୁହେଳିକା ତୁମ ପ୍ରେମ ତୁମେ
ସତେ ଆକାଶ କୁସୁମ
ମରୁ ମରିଚିକା ଖାଲି ପାଣି ଦିଶେ
ପଥିକ ସିନା ତୁଷାର୍ତ ଜଳ
ଟୋପେ ମିଳେନାହିଁ..।
ତୁମେ .....!
ତୁମେ ଏମିତି ଭାଵନା ଟିଏ ଜୀବନ
ବେଳାଭୂମି ରେ
ଭେଟେ ସଞ୍ଜ ସକାଳେ,ଦିଅ ଭାବନା
ରାଇଜେ ହଜାଇ
ସମୟ ସରେ ଭାବନା ସରେ ନାହିଁ...
ଢେଉ ପରି ଭାବନା ଛୁଇଁ ଯାଏ
ମୁଁ ନିରଵରେ କୂଳେ ଥାଏ ଚାହିଁ ..।
ତୁମେ...
ଏମିତି ଚିରଵସନ୍ତ ମଳୟ ଟିଏ ମୃଦୁ
ମୃଦୁ ସିହରଣରେ ଦିଅ ତନୁ ମନ ଥରାଇ..
ମିଠା ମିଠା ଲାଗେ ଭାରି ମିଠା,
ମିଠା ତୁମ ଭାବନା ମିଠା ତୁମ ଯାତନା
ତୁମ ପ୍ରେମ ମିଠା ତୁମ ବିରହ ବି ମିଠା ..।
ତୁମେ....
ତୁମେ ଏମିତି ଫଗୁଣ ଟିଏ
ଖାଲି ଛୁଇଁ ଯାଅ ନାହିଁ ମନ ଇଛା
ଦିଅ ରଙ୍ଗ ରେ ଗାଧୋଇ..
ହୃଦୟର ଚାରି କାନ୍ଥ ହୁଏ ରଙ୍ଗିନ
ଆଖି ରଙ୍ଗିନ ସ୍ୱପ୍ନ ରଙ୍ଗିନ
ପୃଥିବୀ ଟା ଲାଗେ ରଙ୍ଗିନ ରଙ୍ଗିନ..
ସତେ ଚାରି ଆଡେ଼ କୃଷ୍ଣଚୂଡ଼ା ର ରଙ୍ଗ...
ସତେ ଜାଳୁଛି ପଳାଶକୁ ଫଗୁଣ...।
ତୁମେ ..!
ତୁମେ ସତେ ଏ ମନର ଶ୍ରାବଣୀ
ଆସ ଛମ୍ ଛମ୍ ମିଠା ବର୍ଷା ନେଇ...
ଦିଅ ବର୍ଷା ରେ ଦେହକୁ ଭିଜାଇ
ନାଚ କେକୀ ପରି ବିଭୋର ହୋଇ
ତୁମ ମିଠା ଛୁଆଁ ରେ ଦେହ ଜଳଇ..
ତୁମେ..!
ତୁମେ ଏମିତି ମିଠା ମିଠା ରାତ୍ରୀ
ଦିଅ ମିଠା ବର୍ଷାରେ ଭିଜାଇ..
ଅନ୍ଧାର ରାତି ତୁମ ଭାବନାରେ
ଦିଏ ମଧୁଚନ୍ଦିକା ବିଞ୍ଚି....
ତୁମେମୟ ହୁଏ ଭାବନା ମୋର
ତୁମେ ହଁ ତୁମେ ଖାଲି ମୋର....
ଶୟନେ ସପନେ ଅବା ଜାଗରଣେ
ତୁମେ ତୁମେ ତୁମେ ଖାଲି ତୁମେ..
ଭରିଦିଅ ପ୍ରେମର ପିଆଲା..
ଭରି ଦିଅ ଦେହରେ ଉଷ୍ମତା
ବଢାଇ ଦିଅ ପିପାସା...
ଆଖିରେ ଭରି ଦିଅ ମାଦକତା.
ତୁମେ.... ସ୍ୱର୍ଣ୍ଣ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ