କବିତା · ଅପ୍ରେଲ ୩୦, ୨୦୨୪ · ୧ ମିନିଟ୍ ପଢ଼ା
ବେଳାଭୂମି ୧୮
ଏ ଜୀଵନ ସାଗର ରେ
କେତେ ଯେ ଉର୍ମି ଆସୁଥାଏ
କିଛି ଲହରୀରେ ବେଳାଭୂମି
ଧୋଇ ଚାଲି ଯାଏ।
ଜୀବନର ବେଳାଭୂମି ରେ
ଏକୁଟିଆ ଏଇ ଅପରାହ୍ନ ରେ
ଚାହିଁ ଥାଏ ନୀଳ ଲହରୀ କୁ
କାଳେ ସ୍ମୃତି ଫେରିବ କୂଳେ।
ଯିଏ ଗଲା ସେ ତ ଫେରେନି
ବିଧି ନିୟମରେ
ଶୁଣିଥିଲି ସାଗର ଯାହା ଧୋଇ
ଦିଏ ପୁଣି ଫେରାଏ ଲହରୀରେ।
ଅଙ୍କାବଙ୍କା ଏଇ ଜୀଵନ ପଥେ
କେତେ ଆଶା ନିରାଶାର ଛାୟି
ସବୁ ମନେ ଅଛି କିଛି ଭୂଲି ନାହିଁ।
ହସୁଥିଲି ଖିଲି ଖିଲି ଦିନେ
ମୋ ସଂସାର ସାଗର କୂଳେ
କୋଳେ ଖେଳୁଥିଲେ ଦୁଇ ପିଲା
ଅତି ଆନନ୍ଦରେ
ଫିଙ୍ଗୁଥିଲେ ବସି କିଛି କିଛି
ସାଗର କୋଳକୁ
ଫେରିବ ପୁଣି କହୁଥିଲେ ଆମକୁ।
ଗେଳବସରର ଦିନ ଚାଲିଗଲା
ଘୋଟିଲା ଅନ୍ଧାର
ଭାଂଗି ଗଲା ହାତ ଗଢା ସୁନାର
ସେ ସଂସାର ।
ବାଲି ରେ ଗଢା ଘର ଲହରୀ
ଟାଣି ନେଲା
ଅପରାହ୍ନରେ ଜଗିଛି ବେଳାଭୂମି
ଫେରାଇ ଦେଵ ପରା।
ଚାହୁଁଚି ଦୂର ଦିଗ୍ ଵଳୟ କୁ
ଲହରୀ କୁ ଗଣୁଥାଏ
ଏକା ଏକା ବେଳାଭୂମି ରେ
ଜୀବନକୁ ତର୍ଜମା କରୁଥାଏ।
ଅସଂଖ୍ୟ ଲହରୀ ଭିତରେ
କେବେ ସୁଖ ଭାସିଯାଏ
କେବେ ଦୁଃଖ କୂଳ ଛୁଇଁ
ଓଦା କରିଦିଏ।
ସ୍ୱର୍ଣ୍ଣ ଲତା ଲେଙ୍କା/ଯାଜପୁର
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ