କବିତା · ଅକ୍ଟୋବର ୧୩, ୨୦୨୦ · ୧ ମିନିଟ୍ ପଢ଼ା
ସ୍ମୃତି....୫୮
ସ୍ମୃତି ତୁମେ...
ଶୀତ ସକାଳର କୁହୁଡ଼ି ଚାଦର ପରି
ସକାଳୁ ସକାଳୁ ଜାବୋଡି ଧର ଭାରି
ସ୍ମୃତି ତୁମେ...
ଶୀତ ସକାଳରେ ଘାସ ଗାଲିଚାର
ଶିଶିର ଟୋପା ପରି
ମୃଦୁ ମୃଦୁ ସିହରଣ ସକାଳୁ ଦିଅ ଭରି
ସ୍ମୃତି ତୁମେ..
ଶରତ ଆକାଶେ ତୋଫା ଜହ୍ନପରି
ସଫା ସଫା ଲାଗ ମନେ ଭାରି...
ଧଳା କାଶ ତଣ୍ଡି ଫୁଲ ପରି
ମନେ ଖେଳୁଥାଅ ଦୋଳି...
ସ୍ମୃତି ତୁମେ
ସତେ ଶୀତ ସକାଳ ର ଶୀତୁଆ
ଶୀତୁଆ ଦେହ.…
ମୃଦୁ ମୃଦୁ ସିହରଣ ମନେ ଦିଅ...
ସ୍ମୃତି ତୁମେ ଭୋର ର ଚାଦର
ତଳର ମୁହଁ ଲୁଚା ଭାବନା
ସତେ ଭାରି କର ଆନମନା...
ଇତସ୍ତତଃ ଦେହ ଆଉ ମନ...
ଦିଅ ତୁମେ ଚୁପି ଚୁପି ସିହରଣ...
ସ୍ମୃତି ତୁମେ...
ଭୂଲି ଯାଇଥିବା କିଛି କଥା..
ଝାପସା ଦେଉଥାଅ ଦେଖା.....
ସକାଳୁ ସକାଳୁ ମନ କର ଆନମନା
ହଜିଯାଏ ମନ କେଉଁଠି, ଥାଏ କା ଭାବନା
ସ୍ମୃତି ତୁମେ..
ଚହଲାଇ ପାଣିରେ ମୁହଁ ପରି
ଦେଖା ଯାଅ ,ହଜିଯାଅ ପୁଣି
ତଥାପି ଭଲ ଲାଗେ ତୁମେ ଆସିଲେ...
ମନ ଟା ଟିକେ କେଉଁଠି ହଜିଲେ.... ସ୍ୱର୍ଣ୍ଣ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ