କବିତା · ନଭେମ୍ବର ୨୪, ୨୦୨୩ · ୧ ମିନିଟ୍ ପଢ଼ା
ସମ୍ପର୍କ..୧୧
ଏଇ ତ ସମ୍ପର୍କ
ତୁମ ମୋ ଭିତର
ଦୁଇଟି ଦେହ ଦୁଇଟି ହୃଦୟ
ଗୋଟିଏ ମନ ।
ଜଣକ ପାଇଁ ଆନ ଜଣଙ୍କ
ର ସ୍ପନ୍ଦନ ଚାଲେ..
ଜଣଙ୍କ ମିଠା କଥାରେ ଆନ
ଜଣେ ବିମୋହିତ ହୁଏ।
କହିବା ଆଗରୁ ଆଉ ଜଣେ
ବୁଝିଥାଏ
ପଡ଼ିଯିବା ଆଗରୁ ଆଉ ଜଣେ
ହାତ ଧରି ନିଏ
ହାରିବା ଆଗରୁ ଆଉ ଜଣେ
ଜଣକୁ ଜିତିବାକୁ ଚେଷ୍ଟା କରେ।
ଜଣଙ୍କ ଆଖିର ଲୁହରେ ଆଉ
ଜଣେ କାନ୍ଦିଉଠେ।
ଖୋଜିବା ମାତ୍ରେ ଆସେ ହୃଦୟକୁ
ସେ ସିନା ସାଥୀ ଟିଏ।
ସମ୍ପର୍କ ରେ ନ ଥାଏ ଆବିଳତା
ନଥାଏ ଇର୍ଷା ..
ସତରେ ଏମିତି ସମ୍ପର୍କ ରେ
ହଜିଯିବାକୁ ଭଲ ଲାଗେ ଆଜୀବନ
ତୁମେ ମୋ ପାଇଁ ମିଠା ସାଥୀ ଟିଏ
ତୁମ ଦୁଇ ପଦ କଥାରେ
ଏ ହୃଦୟକୁ ମିଳେ ଶାନ୍ତି ଆତ୍ମତୃପ୍ତି ।
ଇଛା ହୁଏ ତୁମ ମିଠା ସମ୍ପର୍କ ରେ
ବାନ୍ଧି ହେଇଯାଆନ୍ତି ସାରା ଜୀବନ
ସମ୍ପର୍କ ର ମାନେ କା,ପାଇଁ କେମିତି
ମୋ ପାଇଁ ରାତିର ରଜନୀଗନ୍ଧା
ସ୍ୱର୍ଗ ର ପାରିଜାତ,ଇନ୍ଦ୍ରଧନୁର ସପ୍ତ ରଙ୍ଗ ..
ମୋ ବିନା ତୁମ ହୃଦୟରେ ଶୂନ୍ୟସ୍ଥାନ
ତୁମପାଇଁ ହୃଦୟରେ ବିରାଟ ପ୍ରଶ୍ନବାଚୀ?
ଯେମିତି ଖୋଜୁଛ ତୁମେ ଆଜି......
ଏଇତ ସମ୍ପର୍କ ତୁମେ ମୋ ଭିତରେ..
ସ୍ୱର୍ଣ୍ଣ ଲତା ଲେଙ୍କା ଯାଜପୁର
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ