କବିତା · ଜୁଲାଇ ୫, ୨୦୨୧ · ୨ ମିନିଟ୍ ପଢ଼ା
ସ୍ମୃତି ୭୨
ସ୍ମୃତି ତ ଛାତି ତଳେ ଘର କରି ଥାଏ
ଖାଲି ହାତ ଟିକେ ମାରିଦେଲେ ଚେଇଁ ଉଠେ...
ହେଇ ଦେଖୁନ ଆମ ସମ୍ପର୍କ ଟା କେମିତି
ଚିକ୍ ଚିକ୍ ମାରୁଛି.
ତୁମେ ସିନା ସମ୍ପର୍କ କୁ ଭୂଲି ଯାଇପାର
କାଲି କଥା ଯେ ଆଜି ମନ କାନ୍ ଭାସରେ
ସୁନ୍ଦର ଛବିଟିଏ ଆଙ୍କି ଦେଇଛି
ଯେତେ ଘସିଲେ ସେ ଆହୁରି ଚକ୍ର ଚକ୍ ଲାଗୁଛି...।
ଏମିତି ଏ ମଣିଷ ସବୁ ଵେଳେ ନୂତନ ଅନୁସନ୍ଧାନ ରେ
ହେଲେ ସ୍ମୃତି ସବୁବେଳେ ମନେ ପକାଏ ସେ
ସୁନା ଝରା ଅତିତ କୁ...
ସେ ହଳଦୀ ଗୁରୁ ଗୁରୁ ସୋରିଷ କ୍ଷେତରେ
ଲେଖା ଗୋଟି ଗୋଟି କଥା କୁ...
ଯେତେ ଖରାପ ହେଲେବି କାହିଁକି ସମୟ ଗଡ଼ିଗଲେ
ବେଶୀ ଭଲ ଲାଗେ....।
ଅବଶ୍ୟ ଅତିତ କୁ ଭୂଲି ଯିବାକୁ ବେଳେ ବେଳେ
ଇଛା ହୁଏ .. ପୁଣି କିଏ ହୃଦୟ ରେ ଚିତ୍କାର କରେ
ନା ତୁ ସମ୍ପର୍କ କୁ ଭୂଲିବା ଉଚିତ୍ ନୁହେଁ...
ମଣିଷ ସବୁ ବେଳେ ଦ୍ୱନ୍ଦ ରେ... କଣ କରିବ ?
ନା ଅତିତ କିଛି କାହାଣୀ ସଜାଇ ରଖେ ମନ ଡାଏରୀ ରେ
ବେଳ ଅବେଳରେ ଖୋଲିଲେ କିଛି ଖୁସି ଦିଏ
କିଛି ବି ଲୁହ ଦିଏ ଆଉ ଦିଏ କିଛି ଭାବପ୍ରବଣତା
ତଥାପି ଭଲ ଲାଗେ ସେ ଦିନ ଗୁଡାକ...
ଯାହାକୁ ଅତିକ୍ରମ କରି ମଣିଷ ଆଜି ଠିଆ ହୋଇଛି
ସମାଜ ରେ.....
ସେ ହେଉ ପଛେ ଗଲା କଥା ତଥାପି ମନେ ରହିବା ଉଚିତ
ସେ ସ୍ମୃତି ହଁ ସେ ସ୍ମୃତି...
ଜାଳୁ ପଛେ ରାତି ରାତି ତଥାପି ଭଲ ଲାଗେ। ... ସ୍ୱର୍ଣ୍ଣ
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ