କବିତା · ଜାନୁଆରୀ ୧୧, ୨୦୨୩ · ୧ ମିନିଟ୍ ପଢ଼ା
ସମ୍ପର୍କ ୧୨
ଏତେ ସହଜ ନୁହେଁ
ବସା ବାନ୍ଧିବା କାହାର ମନରେ
ବାଇଚଢେଇ ବସା ପରି
ଝଡ ଆସିଲେ ବି ସେମିତି ରହିଥାଏ
ଏ ସମ୍ପର୍କ
ଟାଣି ନିଏ କେତେ ଦୂରକୁ ସତେ
ସାତ ଦରିଆ ପାରି ହୋଇ ସମ୍ପର୍କ
ଗଢିଉଠେ..
ଟିକେ ଅବିଶ୍ୱାସ ରେ ଭାଙ୍ଗି ଯାଏ
ବାନ୍ଧି ରଖିବା ଭାରି କଷ୍ଟ ନୁହେଁ କି?
ସମ୍ପର୍କ ଗଢ଼ିଥିଲା ତାଜଜମହଲ
ଆଜି ସମ୍ପର୍କ ମାନେ ବହୁତ ଶସ୍ତା
ସଂସାର ହାଟରେ ସମ୍ପର୍କ ର ମୂଲ୍ୟ
ବହୁତ କମ୍....
ମତାମତ
ଏଯାଏଁ କୌଣସି ମତାମତ ନାହିଁ।
ମତାମତ ଦେବାକୁ ଲଗ୍ ଇନ୍ କରନ୍ତୁ